ସୌମ୍ୟ ରଂଜନଙ୍କୁ ଜାତୀୟ କ୍ରୀଡ଼ାରେ ବ୍ରୋଞ୍ଜ
ଦଶରଥପୁର: ଉତରାଖଣ୍ଡରେ ଆୟୋଜିତ ହେଉଥିବା ୩୮ତମ ନେସନାଲ ଗେମ୍ରେ ଭାଗ ନେବା ପାଇଁ ଓଡ଼ିଶା ରଗବୀ ଫୁଟବଲ ଦଳ ଆଜି ସେମିଫାଇନାଲରେ ମହାରାଷ୍ଟ୍ର ଠାରୁ ସଂଘର୍ଷ କରି ଶେଷ ମୁହୂର୍ତରେ୧୨-୭ରେ ପରାସ୍ତ ହୋଇତୃତୀୟ ସ୍ଥାନ ପାଇଁ ପଶ୍ଚିମବଙ୍ଗ ସହ ଖେଳି ୨୬-୧୦ରେ ବିଜୟ ହୋଇ ବ୍ରୋଞ୍ଜ୍ ପଦକ ପାଇଛି । ଓଡ଼ିଶା ଦଳରେ ଯାଜପୁର ଜିଲାର ଦଶରଥପୁରର ସୌମ୍ୟ ରଂଜନ ସ୍ୱାଇଁ ଖେଳାଳୀ ଭାବେ ଚୟନ ହୋଇଥିବା ବେଳେ ଦଶରଥପୁର ବ୍ଲକ ଛଂଚିଣାର ଅଜୟ କୁମାର ପ୍ରଧାନ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ସଫଳତାରେ ଜିଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ ବ୍ଲକ୍ ଅଧିକାରୀ ଆକାଶ ପଟ୍ଟନାୟକ, ଜିଲା ରଗବୀ ଫୁଟବଲ୍ ଆସୋସିଏସନ୍ର ସଭାପତି ନାରାୟଣ ଚନ୍ଦ୍ର ସାହୁ ଓ ସଂପାଦକ ଭରତ ସାହୁ ଖେଳାଳୀ ସୌମ୍ୟରଞ୍ଜନ ସ୍ୱାଇଁ ଓ ମ୍ୟାନେଜର ଅଜୟଙ୍କୁ ଶୁଭେଛା ଜଣାଇଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଜିଲାରୁ ଏକ ମାତ୍ର ଖେଳାଳୀ ଭାବେ ସୌମ୍ୟରଞ୍ଜନ ଭାଗ ନେଇଥିଲେ ।