ସ୍ନାୟୁ ଓ ମାନସିକ ରୋଗ ସ୍ୱାସ୍ଥ୍ୟ ଶିବିର
ବେତନଟୀ : ଆତ୍ମା ସ୍ୱାସ୍ଥ୍ୟ ଓ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ମୟୂରଭଞ୍ଜ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ମିଳିତ ସହଯୋଗରେ ବେତନଟୀ ଠାରେ ସ୍ନାୟୁ ଓ ମାନସିକ ରୋଗ ସମ୍ପର୍କିତ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ବିଧାୟକ ସନାତନ ବିଜୁଳି ଉଦ୍ଘାଟନ କରିଛନ୍ତି । ମଣ୍ଡଳ ସଭାପତି ଜୀବନ କୁମାର ପରିଡାଙ୍କ ସଂଯୋଜନାରେ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ଶିବିରରେ ସ୍ନାୟୁରୋଗ ବିଶେଷଜ୍ଞ ଡ.ପ୍ରଦୀପ ନାୟକ, ଡ. ଚୁନୁରାମ ସୋରେନ, ଡ.ରଶ୍ମିତା ବେହେରା ଓ ପୂର୍ବତନ ବିଧାୟକ ଡ. ବୁଢାନ ମୁର୍ମୁ ପ୍ରମୁଖ ବିଶେଷଜ୍ଞ ଦଳ ମାନସିକ ରୋଗର ଚିହ୍ନଟ ଓ ଏହାର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ମାଗଣାରେ ପ୍ରଦାନ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୧୫ପ୍ରକାର ସ୍ନାୟୁ ଓ ମାନସିକ ରୋଗର ଚିହ୍ନଟ ସାଙ୍ଗକୁ ଏହାର ନିରାକରଣ ନିମନ୍ତେ ମାଗଣାରେ ଔଷଧ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା । ଆସ୍କା ସ୍ୱାସ୍ଥ୍ୟ ଓ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ସଞ୍ଜୟ କୁମାର ଡଗରା, ବଟକୃଷ୍ଣ ଘୋଷ, ବିକାଶ ଚନ୍ଦ୍ର ମହାନ୍ତଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ ପକ୍ଷରୁ ସରୋଜ କୁମାର ସାହୁ, ମାନସ ରଞ୍ଜନ ମହାନ୍ତି, ଅମୀୟ ମହାପାତ୍ର, ନରେଶ ଅଗ୍ରୱାଲ, ପ୍ରମୋଦ ମହାନ୍ତ, ବସନ୍ତ ମହାନ୍ତଙ୍କ ସମେତ ଏସୋସିଏସନର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସଦସ୍ୟଗଣ ଯୋଗ ଦେଇ ସ୍ୱାସ୍ଥ୍ୟଶିବିର ପରିଚାଳନାରେ ସକ୍ରିୟ ଦାୟିତ୍ୱ ସମ୍ପାଦନ କରିଥିଲେ । ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ୬୨ଜଣ ନିଜର ନାମ ପଞ୍ଜୀକରଣ କରାଇବା ସହିତ ସ୍ନାୟୁ ଓ ମାନସିକ ରୋଗ ସମ୍ପର୍କିତ ରୋଗ ଚିହ୍ନଟ ସାଙ୍ଗକୁ ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ୩୬ ନମ୍ୱର ମଣ୍ଡଳ ସଭାପତି ରାଜୀବ କୁମାର ନନ୍ଦୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ, ଯୁବ ସଗଠକ ଚନ୍ଦ୍ର ଶେଖର ବେରା, କେଶବ ନାଥ, ସଂଜୀବ ଜେନା, ରାକେଶ କୁମାର ମହାନ୍ତ, ଅରୁପ ରଞ୍ଜନ ଲେଙ୍କା, ବିର କିଶୋର ବିଶ୍ୱାଳ, ସୁମନ୍ତୋ ପରିଡା, ଭବାନୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।