ସ୍ମାର୍ଟ ମିଟର ବିରୋଧରେ ଗାଁ ଗାଁରେ ଅସନ୍ତୋଷ
ାା ପ୍ରଭାନୁ୍ୟଜ୍ ।ା ଆସିକା : କମୁ୍ୟନିଷ୍ଟ ପାର୍ଟି ରେଜିଷ୍ଟାର ଗଞ୍ଜାମ ଜିଲ୍ଲା ସଂପାଦକ ଶଙ୍କର ସାହୁଙ୍କ ନେତୃତ୍ୱରେ ସ୍ମାର୍ଟ ମିଟର ବିରୁଦ୍ଧରେ ଗାଁ ଗାଁରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଜୟପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଢ଼ାଳ ଗ୍ରାମର ହରିଜନ ସାହିର ଉପଭୋକ୍ତାମାନେ ଟାଟା ବିଦୁ୍ୟତ ବଣ୍ଟନର ଆସିକା ନୂଆଗାଁ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥି ସହ ୭ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ରାତି ସୁଦ୍ଧା ବିଦୁ୍ୟତ୍ ସଂଯୋଗ ସହ ୭ ଦଫା ଦାବି ପୂରଣ ନହେଲେ ଆସନ୍ତା ସୋମବାର ଦିନ ସ୍ମାର୍ଟ ମିଟର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମିଟରଗୁଡିକୁ ଭଙ୍ଗାଯିବ ବୋଲି ଚେତାବନୀ ଦିଆଯାଇଛି । ସମସ୍ତ ଉପଭୋକ୍ତାଙ୍କ ଥିବା ଭଲ ମିଟରକୁ ବାହର କରି ସ୍ମାର୍ଟ ମିଟର ବସାଇ ଦେଇଥିଲେ । ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ଆସନ୍ତା ମାସ ଏହି ଅନ୍ୟାୟ ଓ ଲୁଟର ତୀବ୍ର ପ୍ରତିବାଦ କରିବା ସହ ବିଦ୍ୟତ ସଂଯୋଗ ସହ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ମାସିକ ୬୦ ଟଙ୍କା ମିଟର ଭଡା ନାମରେ ୬୦ ମାସର ଟଙ୍କା ୩୬୦୦ ଟଙ୍କା ଲୁଟିବା ବନ୍ଦ କରିବା, ଚଳିତ ମାସରେ ବିଦୁ୍ୟତ ସଂଯୋଗ କରି ପିଛ ୧୨ ମାସର ମିଟର ଭଡା ଓ ଫିକ୍ସଡ ଚାର୍ଜ ଲୁଟିବାକୁ ବନ୍ଦ କରିବା ଉପଭୋକ୍ତାଙ୍କ ସମସ୍ତ ଭଲ ମିଟିରଗୁଡିକ ହଟାଇ ସ୍ମାର୍ଟ ମିଟର ବସାଇ ଲୁଟିବା ବନ୍ଦ କରିବା, ସମସ୍ତ ଉପଭୋକ୍ତାଙ୍କୁ ଆସନ୍ତା ସୋମବାର ସୁଦ୍ଧା ବିଦୁ୍ୟତ ସଂଯୋଗ ପ୍ରଦାନ ଆଦି ଦାବି ରଖାଯାଇଥିଲା । ଏସଡିଓ ଜିତେନ୍ଦ୍ର ସିଂ ଏ ଦିଗରେ ତୁରନ୍ତ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ହାର ନାହକ, କମା ନାହକ, ବୁଦ୍ଧି ନାହକ, ରାଜୁ ନାହକ, ପଦ୍ମନାଭ ନାହକ ଓ ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ ସାମିଲ୍ ହୋଇଥିଲେ । ତେବେ ଏହି ଘଟଣା ନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।