ସ୍ୱରୋଜଗାର ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ
ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ରାଣୀଶୁକଦେଈ ମହିଳା ମହାବିଦ୍ୟାଳୟ ସଭାଗୃହ ଠାରେ ଶିକ୍ଷାଭାରତୀ ଟ୍ରଷ୍ଟ ଓ ଭାରତ ସରକାରଙ୍କ ଅଣୁ,ମୁଦ୍ର ଓ ମଧ୍ୟମ ମନ୍ତ୍ରାଳୟ ସହଯୋଗରେ କୁଟୀର ଶିଳ୍କ ମାଧ୍ୟମରେ କିପରି ବେକାର ଯୁବକ ଓ ଯୁବତୀମାନଙ୍କୁ ସ୍ୱରୋଜଗାର କରିପାରିବେ ସେ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମନ୍ତ୍ରାଳୟର ସହକାରୀ ର୍ନିେଶକ ସରୋଜ କୁମାର ରଥ ସଭାପତିତ୍ୱ କରିଥିଲେ । ଶିକ୍ଷାଭାରତୀ ଟ୍ରଷ୍ଟର ସଭାପତି ରମେଶ ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ, ଡମପଡା ଓ ଆଠଗଡ ବ୍ଲକର ଶିଳ୍ପ ବିକାଶ ଅଧିକାରୀ ସତ୍ୟପ୍ରିୟ ସାହୁ ଯୋଗଦାନ କରି ବ୍ୟାଙ୍କରୁ ରୁଣ ଆଣି କଟୀରଶିଳ୍ପ କିପରି କରିହେବ ସେ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସରକାରୀ ଚାକିରି ପଛରେ ନଧାଇଁ ନିଜେ କିପରି ସ୍ୱାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇପାରିବ ସମସ୍ତ ପ୍ରକାର ବ୍ୟବସ୍ଥା ମନ୍ତ୍ରାଳୟ ପକ୍ଷରୁ କରାଯିବ ବୋଲି କହିଥିଲେ । ମହାବିଦ୍ୟାୟର ଅଧ୍ୟକ୍ଷ ଜ୍ୟୋସ୍ନôାରାଣୀ ପଟ୍ଟନାୟକ ଯୋଗଦେଇ ଛାତ୍ରୀମାନେ ବିଭିନ୍ନ ପ୍ରକାରର କୁଟୀର ଶିଳ୍ପ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଗଲେ ସେମାନେ ଉଦ୍ୟେଗ ପ୍ରତିଷ୍ଠା କରିବାରେ ସହାୟକ ହେବବୋଲି କହିଥିଲେ ।