ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା: ଡକ୍ତର ନଆସିବାରୁ ଫେରିଲେ ରୋଗୀ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ମୁଖ୍ୟ ଚିକିସôାଳୟ ହେଉଛି, ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକଲ କଲେଜ । ସବୁ ବର୍ଗର ଲୋକେ ଏହି ଡାକ୍ତର ଖାନା ଉପରେ ନିର୍ଭର କରନ୍ତି । ଏଠାରେ ସବୁ ସୁବିଧା ଥାଇବି କିଛି ଡାକ୍ତରଙ୍କ ନିଜ ମର୍ଜି ଯୋଗୁଁ ରୋଗୀ ସେବା ପାଇବାରୁ ବଞ୍ଚିତ ହେଉଥିବା ରୀତିମତ ଅଭିଯୋଗ ହୋଇଆସୁଛି । କାର୍ଯ୍ୟରେ ଅବହେଳା ଓ ଘରୋଇ ନର୍ସିଙ୍ଗ ହୋମକୁ ଡାକ୍ତର ମାନେ ଯିବା ଅଧିକାଂଶ ସମୟରେ ସେଠାରେ ରହିବା ଯୋଗୁଁ ଲୋକେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେଲେବି କାର୍ଯ୍ୟରେ ଅବହେଳା କରୁଥିବା ଡାକ୍ତର ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଚଳିତ ମାସ ୨୬ ତାରିଖ ଦିନ ଆସିକା ଓଡ଼ିଆ ସାହିର ଅସିତ କୁମାର ବିଷୋୟୀ ଅମ୍ବଲିକଲ ହାର୍ନିଆ ଅସ୍ତ୍ରପ୍ରଚାର ପାଇଁ ପୂର୍ବ ତାରିଖ ଧାର୍ଯ୍ୟ ମୁତାବକ ମେଡ଼ିକାଲ କଲେଜ ରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ସମସ୍ତ ପ୍ରକାର ତନଖି ହେବା ପରେ ଅସ୍ତ୍ରପ୍ରଚାର ପାଇଁ ଅସିତଙ୍କୁ ଉଟିକୁ ନିଆଯାଇଥିଲା । ଉଟିକୁ ନେବାର ଦୀର୍ଘ ଦେଢ ଘଣ୍ଟା ପରେ ଡାକ୍ତର କିମ୍ବା ନର୍ସ ମାନଙ୍କ ଦେଖା ନମିଳିବା ଯୋଗୁଁ ତାଙ୍କ ସାଙ୍ଗରେ ଯାଇଥିବା ପୁଅ ଏନେଇ ଅନ୍ୟ କର୍ମଚାରୀ ମାନଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା ।ଅସ୍ତ୍ରପ୍ରଚାର ପାଇଁ ଦୁଇ ଦୁଇ ଥର ଯାଇ ଅସ୍ତ୍ରପ୍ରଚାର ନହେବା ଫଳରେ ଅସିତ ଦୁଃଖରେ ନିଜ ଘରକୁ ଫେରିଛନ୍ତି । ସମସ୍ତ ପ୍ରକାର ତନଖି ରିପୋର୍ଟ ସଠିକ ଆସିବା ପରେ ଅସିତଙ୍କୁ ଅସ୍ତ୍ରପ୍ରଚାର ନକରିବା ପଛରେ କଣ ରହସ୍ୟ ରହିଛି, ବୋଲି ଅସିତ ନିସର୍ତ୍ତ କୁ ଦୁଃଖ ପ୍ରକାଶ କରି କହିଛନ୍ତି । ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଡାକ୍ତର ମାନଙ୍କୁ ମୋଟାଅଙ୍କ ରେ ଦରମା ଦେଉଥିଲେବି କିଛି ଡାକ୍ତର ଅଧିକ ଅର୍ଥର ପ୍ରଲୋଭନ ହୋଇ ଘରୋଇ ନର୍ସିଙ୍ଗହୋମକୁ ରୋଗୀ ମାନଙ୍କୁ ଯିବାକୁ ପ୍ରବାର୍ତ୍ତାଉଥିବା ଅଭିଯୋଗ ହେଉଛି । ଅସିତ କୁମାର ବିଶୋଇଙ୍କୁ ଦୁଇ ଥର ଅସ୍ତ୍ରପ୍ରଚାର କରିବାକୁ ଦିନ ଧାର୍ଯ୍ୟ କରିନକରିବା ପଛର ରହସ୍ୟ କଣ ହୋଇପାରେ ତାହା ତଦନ୍ତ ସଫେକ୍ଷ୍ୟ । ଏଥିରୁ ୯୭ଟି ବ୍ୟକ୍ତିଗତ ୨୨ଟି ଗୋଷ୍ଠୀଗତ ଓ ୨ଟି ରେଡ୍ କ୍ରସ୍ ସାହାଯ୍ୟ ସମ୍ବନ୍ଧୀୟ ଥିଲା । ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଶିବିରରେ ଭିନ୍ନକ୍ଷମ ବାଳକ ମାନସ ଆଡବଙ୍ଗ, ମିଛା ପାଲି - କୋମନାଙ୍କୁ ଏକ ହୁଇଲ୍ ଚେଆର୍ ତକôାଳୀନ ଯୋଗାଇ ଦିଆଯାଇଛି । ସେହିପରି ମେଘ କୁମାର୍ ଏବଂ ପମ୍ପା ହରିଜନଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଆଶୁ ସହାୟତା ରେଡ୍ କ୍ରସ ପାଣ୍ଠିରୁ ଯୋଗାଇ ଦିଆଯାଇଥିଲା । ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବନଖଣ୍ଡ ଅଧିକାରୀ ବନ୍ୟ ଜନ୍ତୁ- ମହାଦେବ ବଡାଇକ,ବନଖଣ୍ଡ ଅଧିକାରୀ କେନ୍ଦୁ ପତ୍ର - ସୁଶିଲ କୁମାର ନାୟକ,  ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଭାର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକସôାଧିକାରୀ ଡଃ ଲଳିତ ମୋହନ ବିଶି ପ୍ରମୁଖ ଉପସ୍ଥିତ ଥିଲେ । ବିଡ଼ିଓ ରୋହିତ ଭୋଇ, ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ, ଡେପୁଟି କଲେକ୍ଟର  ଶେଖ୍ ନସିମ  ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ  ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ,  ବ୍ଲକ ସ୍ତରୀୟ ଅଧିକାରୀ ଏବଂ  କର୍ମଚାରୀ ଉପସ୍ଥିତ ଥିଲେ ।  ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ  ଶିବିରର ଆୟୋଜନ ହୋଇଥିଲା ଯେଉଁଠାରେ ବିଶେଷଜ୍ଞ ଡଃ ରମେଶ ଚନ୍ଦ୍ର ପାଠକ, ଡଃ ଧନଞ୍ଜୟ ଭୁଏ ପ୍ରମୁଖ ଚିକିସôା ଯୋଗାଇ ଦେଇଥିଲେ କ୍ଷ ସେହିପରି ଜିଲ୍ଲା ମୂଖ୍ୟ ଚିକିସôାଳୟ ରେ ଗୋଟିଏ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାନ କରିଥିବାରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।