ସ୍ୱାସ୍ଥ୍ୟ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ବୀର ନୀଳକଣ୍ଠପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଏକ ପ୍ରମୁଖ ଚିକିସôା କେନ୍ଦ୍ର ଥିବାବେଳେ ଏହାର ସମସ୍ୟା ଯୋଗୁଁ ଆସୁଥିବା ରୋଗୀ ମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ପାରୁ ନହାଁନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଭିତିଭୂମି ଓ ପରୀକ୍ଷାଗାର ର ବିଶେଷ ସୁବିଧା ନଥିବା ବେଳେ ରୋଗୀ ମାନଙ୍କ ହିତ ଦୃଷ୍ଟିରୁ ସ୍ୱାସ୍ଥ୍ୟ ପରକ୍ଷା ନିମନ୍ତେ ଆବଶ୍ୟକୀୟ ଉପକରଣ ଓ ଅନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରପରି ପରୀକ୍ଷା ଉପକରଣ ଯୋଗାଇବା, ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ସେବା ଯୋଗାଇବା ଆଦି ଦାବି ନେଇ ପଂଚାୟତ ବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଆସୁଥିବାରୁ ତାହାର ଭାରପ୍ରାପ୍ତ ଚିକିସôା ଅଧିକାରୀଙ୍କ ଅସହଯୋଗ ଓ ମୁନାଫାଖୋର ମନୋଭାବ ପାଇଁ ବୀର ନୀଳକଣ୍ଠପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ଚରମ ଅବହେଳାର ଶୀକାର ହୋଇଛି । ତୁରନ୍ତ ଏହି ସ୍ୱାସସ୍ଥ୍ୟକେନ୍ଦ୍ର ର ସମସ୍ୟା ସଂପର୍କରେ ଅନୁଧ୍ୟାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୭ଟି ପଂଚାୟତର ସରପଂଚ ସମିତି ସଭ୍ୟଙ୍କ ସମେତ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଦାବିପତ୍ରରେ ନହଙ୍ଗ ସରପଞ୍ଚ ବିଳାଶିନୀ ସେଠୀ, ଛୋଟୀର ରଜନୀ ମଲିକ, କୁରୁଜଙ୍ଗାର ମାନସୀ ସାମଲ, ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀପ୍ରିୟା ସେଠୀଙ୍କ ସମେତ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ପ୍ରଭାକର ସାମଲ, କୁଞ୍ଜ ବିହାରୀ ଦାସ,ନାରାୟଣ ଲେଙ୍କା, କୈଳାସ ଚନ୍ଦ୍ର ଲେଙ୍କା, ଭବାନୀ ପ୍ରସାଦ ଓଝା ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।