ହରିପଦଙ୍କ ମୃତୁ୍ୟ ପରେ ପରିବାର ଅସହାୟ
ରାଜନଗର, : ରାଜନଗର ବ୍ଲକ ସାତଭାୟା ପଞ୍ଚାୟତ ଚାରିଘରିଆ ଗ୍ରାମର ହରିପଦ ସରକାର(୫୫) ଙ୍କର ଅକାଳ ବିୟୋଗ ହୋଇଛି । ତାଙ୍କ ପରିବାର କହିଲେ ପାଗେଳୀ ସ୍ତ୍ରୀ ଓ ଅର୍ଦ୍ଧ ପାଗେଳୀ ନାତୁଣୀକୁ ବୁଝାଏ । ହରିପଦଙ୍କ ମୃତୁ୍ୟ ପରେ ପରିବାର ଅସହାୟ ହୋଇପଡିଛି । ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହରିପଦ ଦିନେ ମୂଲ ନଲାଗିଲେ ଚୁଲି ଜଳେ ନାହିଁ । ଜମିବାଡି ବୋଲି କିଛି ନାହିଁ । ଘରବାଡି କହିଲେ ବନବିଭାଗର ଜାଗା । ଏଭଳି ଅସହାୟ ପରିବାରର ଶୁଦ୍ଧିକ୍ରିୟା ନିମନ୍ତେ ସାମର୍ଥ୍ୟ ନାହିଁ । ସରକାରୀ ତଥା ବେସରକାରୀସ୍ତରରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।