ସଡ଼କ ସୁରକ୍ଷା ସପ୍ତାହ ପ୍ରସ୍ତୁତି ବୈଠକ
ପାରାଦୀପ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ପାରାଦ୍ୱୀପ ଅତିରିକ୍ତ ଜିଲାପାଳ ନିରଞ୍ଜନ ବେହେରାଙ୍କ ଅଧକ୍ଷତାରେ ପାରାଦୀପ ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ଜାତୀୟ ସଡକ ସୁରକ୍ଷା ସପ୍ତାହ ବିଷୟରେ ଜିଲାସ୍ତରୀୟ କାର୍ଯ୍ୟକ୍ରମକୁ ଏନଫୋର୍ସମେଣ୍ଟ ଇଞ୍ଜିନିୟରିଂ, ଜରୁରୀ ଚିକିସôା ଓ ଦୁର୍ଘଟଣା ବିଲୁପ୍ତ ଶିକ୍ଷା ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀ ବେହେରା ଦୁର୍ଘଟଣା ସମୟରେ ତୁରନ୍ତ ପ୍ରତିକାର ସହ ସମସ୍ତ ଆମ୍ବୁଲାନ୍ସ କିପରି ସଠିକ୍ ସମୟରେ ସହଯୋଗ କରିପାରିବେ, ସେଥିପ୍ରତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୁଲିସ, ପରିବହନ କାର୍ଯ୍ୟଳୟ ସହ ଯୋଗାଯୋଗରେ ରହିବା ପାଇଁ ପରାମର୍ଶ ଦେବାସହ ଉକ୍ତ କାର୍ଯ୍ୟର କିପରି ସଫଳ ରୂପାୟନ ହୋଇପାରିବ ସେଥିପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ଆଲୋଚନା ସହ ଦୁର୍ଘଟଣାର କାରଣ ଓ ତାର ପ୍ରତିକାର ବିଷୟରେ ଆଲୋକପାତ କରିଥିଲେ ଓ ତତ ସହିତ ଆସନ୍ତା ୨୦୨୫ ବର୍ଷ ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜିଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ପିକନିକ୍ ସ୍ଥାନରେ ଏବଂ ଧର୍ମ ପିଠରେ ଦୁର୍ଘଟଣା ସଚେତନତା ବ୍ୟାନର ଲାଗିବା, ସଚେତନତା ରଥ ବୁଲିବା, ସ୍କୁଲ ଏବଂ କଲେଜ ପିଲାଙ୍କୁ ସଚେତନ କରିବା ସହ ସେମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା, କୁଇଜ୍, ସ୍ଲୋଗାନ ଏବଂ ରୋଡ଼ ସେପ୍ଟି ସଂକ୍ରାନ୍ତିୟ ପେଣ୍ଟିଂ ସହ ଉକ୍ତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଜାତୀୟ ରୋଡ଼ ସେଫଟି ସପ୍ତାହରେ ସମସ୍ତଙ୍କ ସହଯୋଗରେ କିପରି ଦୁର୍ଘଟଣା ଶୂନ୍ୟ ଜିଲା ଭାବରେ ଜଗତସିଂହପୁର ଜିଲାକୁ ପରିଗଣିତ କରିହେବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ପାରାଦୀପ ମୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଉପସ୍ଥିତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ମେଡିକାଲ ଅଧିକାରୀ ଡଃ ବସନ୍ତ କୁମାର ରାଉତ, ଅଏଲ ରିଫାଇନ ଅଧିକାରୀ, ଇଫକୋର ଅଧିକାରୀ, ମୋଟର ଯାନ ଆସୋସିଏସନ କର୍ମକର୍ତ୍ତା, ଜେଏସଡବ୍ଲୁ୍ୟ ଅଧିକାରୀ, ବିପିସିଏଲ ଅଧିକାରୀ, ଏଚପିସିଏଲ ଅଧିକାରୀ, ସ୍ୱଚ୍ଛାସେବୀ ମଦର ଟେରେସାର କର୍ମକର୍ତା ଓ ଆହ୍ୱାନ ଫାଉଣ୍ଡେସନର କର୍ମକର୍ତା, ହୁ୍ୟମାନ ରାଇଟ୍ସର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ସହ କିପରି ସଡକ ସୁରକ୍ଷା ସପ୍ତାହ ସୁଚାରୁ ରୂପେ ପାଳନ ହେବ ସେଥିପାଇଁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।