ହତ୍ୟା ମାମଲା : ମା’ ପୁଅଙ୍କୁ ଆଜୀବନ

 ନବରଙ୍ଗପୁର  : ହତ୍ୟା ଅଭିଯୋଗରେ ସୋମବାର ନବରଙ୍ଗପୁର  ଅତିରିକ୍ତ ଦୌରାଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର  ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ଅଧିନ କୁର୍ମା କୋଟ ଗାଁର ମାଆ ପୁଅଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି  । ଅର୍ଥ ଅନା ଦେୟ ୬ ମାସ ଅଧିକ  ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ  କରିଛନ୍ତି । ଅଭିଯୁକ୍ତ ମାନେ ହେଲେ କୁର୍ମାକୋଟ ଗାଁ ର ଚମ୍ପାମତି  କର୍କରା ଓ ତାଙ୍କ ପୁଅ  ଋଷି  ।   ୨୦୨୧  ଅଗଷ୍ଟ ୬ରେ କୁର୍ମାକୋଟ ଗାଁର ଏକ ଭୋଜି ଚାଲିଥିଲା ।  ଏଠାରେ ସାମାନ୍ୟ ବଚସାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ଘଟଣା ପରେ  ମଦନ ମୋହନ କର୍କରା ମଧ୍ୟସ୍ଥତା କରି ବୁଝାଇ ଥିଲେ । ସେହି ଦିନ ସନ୍ଧ୍ୟା ୭ଟାରେ କ୍ଷେତ୍ରବାସୀଙ୍କ ସମ୍ପର୍କୀୟୟ ଟୁମ୍ବନାଥ ଓ ଋଷି କର୍କରା ମଦନଙ୍କ ଘରକୁ ଆସିଥିଲେ । ତାଙ୍କ ଅନୁପସ୍ଥିତିରେ ଭାଉଜ ମଧୁସ୍ମିତା ଓ ମା’ ମରିଚମତିଙ୍କୁ ଟଣା ଓଟରା କରିବା ସହ ମଦନଙ୍କୁ ହତ୍ୟା କରିବା ନେଇ ଧମକ ଦେଇ ସେଠାରୁ ଫେରି ଯାଇଥିଲେ । ମଦନ ଘରକୁ ଫେରିବା ପରେ ରାତି ପ୍ରାୟ    ୯,୩୦ ମିନିଟରେ ଟୁମ୍ବ ନାଥ ,ଋଷି ତାଙ୍କ ମାଆ ଚମ୍ପା ଓ ସ୍ତ୍ରୀ ମମିତା ମାରଣାସ୍ତ୍ର ଧରି ସେଠାକୁ ଆସିଥିଲେ । ଚମ୍ପା ଧରିଥିବା ଛୁରୀ  ଋଷିଙ୍କୁ ଦେଇ ମଦନ କୁ ଜୀବନରେ ମାରିଦେବାକୁ କହି ଥିଲେ । ଉକ୍ତ ଛୁରୀରେ ଋଷି ମଦନଙ୍କ ଛାତିରେ ବାମ ପଟେ ଆକ୍ରମଣ କରିଥିଲେ । ସେହି ସମୟରେ ମଦନଙ୍କ ଘରେ ଥିବା ଭରତ କର୍କରା ଛୁରୀ ଛଡ଼ାଇବାକୁ  ଚେଷ୍ଟା କରିବା ସମୟରେ   ଟୁମ୍ବ ନାଥ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଚିକିସôା ଧୀନ ଅବସ୍ଥାରେ ମଦନ ଙ୍କ ମୃତୁ୍ୟ ଘଟିଥିଲା । ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ମଦନଙ୍କ ମା ମରିଚ ମଣି ଅଭିଯୋଗ  କରିଥିଲେ । ପରେ କେସ  ନମ୍ବର ୧୦୫/୨୧ରେ ମାମଲା ରୁଜୁକରି ପୁଲିସ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲକରିଥିଲେ । କୋର୍ଟ କେସ ନଂ ୭୬/୨୧ରେ ମାମଲାଟି  ବିଚାର ଧିନ ରହି ଥିଲା । ୨୯ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଜିଲା ଦୌରାଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର  ଉପରୋକ୍ତା ରାୟ ଶୁଣାଇଛନ୍ତି । ମାମଲା କୁ ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ କୁମାର ମିଶ୍ର ପରିଚାଳନା କରୁଥିଲେ ।