ଉଚିତ୍ ମୂଲ୍ୟ ନପାଇ କ୍ଷୀର ଢାଳିଲେ ଚାଷୀ
ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ଏନଏସିରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଆଗରେ ଚାନ୍ଦବାଲି ଅଞ୍ଚଳର ଗୋପାଳକମାନେ ସେମାନଙ୍କ ଦୁଗ୍ଧକୁ ରାସ୍ତାରେ ଢାଳିଛନ୍ତି । ବାଲେଶ୍ୱର, ଭଦ୍ରକ ଜିଲା ସମବାୟ ଦୁଗ୍ଧ ଉତ୍ପାଦକ ସମିତିର ମେମ୍ବରମାନଙ୍କ ଅଭିଯୋଗ ଚାନ୍ଦବାଲି ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଗୋପାଳକ ଭାଇମାନେ ଆଣୁଥିବା କ୍ଷୀରକୁ ଜାଣିଶୁଣି ନିମ୍ନମାନର ଦର୍ଶାଉଛନ୍ତି । ଗତକାଲି ଚାଷୀମାନଙ୍କର ପ୍ରାୟ ଏକ ହଜାର ଲିଟରରୁ ଊଦ୍ଧ୍ୱର୍ କ୍ଷୀରକୁ ନିମ୍ନ ମାନର ଦର୍ଶାଇ କ୍ଷୀର ନେଉ ନାହାନ୍ତି ସମବାୟ ସମିତିର କର୍ମଚାରୀ । ତାହାସହ ଚାଷୀମାନଙ୍କୁ ଦୁଗ୍ଧର ମୂଲ୍ୟ ୩୦/୩୨ ଟଙ୍କା ଲିଟର ପିଛା ଦିଆଯାଉଛି କିନ୍ତୁ ଏହି କ୍ଷୀର ବଜାରରେ ଓମ୍ଫେଡ ୫୪ ଟଙ୍କା ବିକ୍ରି କରୁଛି । ଏଥିପାଇଁ ଚାଷୀମାନେ ବାରମ୍ବାର ସମିତି ନିକଟରେ ମୂଲ୍ୟ ବଢ଼ାଇବାକୁ ଦାବି କରିଥିଲେ ମଧ୍ୟ ବାଲେଶ୍ୱର ଭଦ୍ରକ ଜିଲା ସମବାୟ ଦୁଗ୍ଧ ସମିତି ଦାବି ଗ୍ରହଣ କରୁନାହାନ୍ତି । ତେଣୁ ଚାଷୀ ମାନେ ନିରାଶ ହୋଇ ରାସ୍ତାରେ ସେମାନଙ୍କ ଦୁଗ୍ଧକୁ ଢାଳିବା ସହ ହୋହାଲ୍ଲା କରିଥିଲେ । ଏନେଇ ବିଏମସି ଭଦ୍ରକ ୟୁନିଟ ଇନଚାର୍ଜ ମଣିଭଦ୍ର ବେହେରା କହିଛନ୍ତି ଯେ ସରକାର ଦୁଗ୍ଧ ମାନ ୩.୫ ଫାଟ ଏସଏନଏଫ ୮.୦ ମାନ ସରକାର ସ୍ଥିର କରିଛନ୍ତି । ତେଣୁ ଏହି ମାନ ତଳକୁ କ୍ଷୀର ଗ୍ରହଣ କରାଯିବ ନାହିଁ ବୋଲି ସରକାର ସମସ୍ତ ମେମ୍ବର ମାନଙ୍କୁ ଚିଠି କରିଛନ୍ତି । ତେଣୁ ଅପ ମିଶ୍ରଣ କ୍ଷୀର ପରୀକ୍ଷା ପରେ ଆମେ ଫେରାଇ ଦେଇଥିଲୁ ।