ହନୁମାନଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

 ନୀଳଗିରି : ନୀଳଗିରି ଏନଏସି ୪ନଂ ୱାର୍ଡ ମିରିଗିଣୀ ଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପରମଭକ୍ତ ଶ୍ରୀଶ୍ରୀ ହନୁମାନ ମହାରାଜଙ୍କ ନବନିର୍ମିତ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ପ୍ରତୁ୍ୟଷରୁ ମିରିଗିଣୀ, କାନପୁର ଏବଂ ଆଖପାଖ ଗ୍ରାମର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ମହିଳା ନିକଟସ୍ଥ ପୋଖରୀରୁ ଜଳ ଉତ୍ତୋଳନ କରି କଳସ ଶୋଭାଯାତ୍ରାରେ ଶୁଭଶଙ୍ଖ, କୀର୍ତ୍ତନର ତାଳେତାଳେ ନୂତନ ମନ୍ଦିର ନିକଟରେ ପହଞ୍ଚିଥିଲେ । ପରେ ପୂଜାକର୍ମ ଆରମ୍ଭ ହୋଇଥିଲା । ଏଥିରେ ଶିଶିର ମହାପତ୍ର୍ ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର (ଟୁବୁଲୁ)ଙ୍କ ସହଯୋଗରେ ଘଟ ବୁଡାଇବାକୁ ଆସିଥିବା ୧୫୦ରୁ ଉର୍ଦ୍ଧ ମହିଳାମାନଙ୍କୁ ହଳଦିଆ ରଙ୍ଗର ଶାଢ଼ୀ ସହ ନାମାବଳୀ ବଣ୍ଟନ କରାଯାଇଥିଲା । ପ୍ରତିଷ୍ଠା ଉସôବରେ ମିରିଗିଣୀ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହ ରାମଚନ୍ଦ୍ର ଦାସ, ଉପେନ୍ଦ୍ର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ରାଉତ, ଭରତ ପରିଡ଼ା, ଦେବାଶିଷ ଦ୍ୱିବେଦୀ ପ୍ରମୁଖ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ  ।