ହସ୍ପିଟାଲରୁ କାଠ ଚୋରି

ନୀଳଗିରି: ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ସର୍ବଦା ଚର୍ଚ୍ଚା ହୋଇ ଆସୁଛି । ଅଶାନ୍ତିର ବାତାବରଣ ମଧ୍ୟ ବିଭିନ୍ନ କଥାକୁ ନେଇ ସୃଷ୍ଟି ହୋଇଛି । ଆଜି ମୂଲ୍ୟବାନ ଗଛ କଟାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି । ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ରାଜାରାଜୁଡା ଅମଳରୁ ବହୁ ମୂଲ୍ୟବାନ ନିମ୍ବ ଗଛ ରହିଥିବାବେଳେ ପିଏଚଡି ବିଭାଗର କାର୍ଯ୍ୟ କରିବା ପାଇଁ କିଛି ଗଛକଟା ଆରମ୍ଭ ହୋଇଛି । ହେଲେ ବନବିଭାଗର ବିନା ଅନୁପସ୍ଥିତରେ ଗଛ କଟା ଯାଉଥିବାବେଳେ ଅନେକ କାଠ ସବୁ କୁଆଡେ ଉଭାନ ହୋଇଛି । ଏ ନେଇ କିଛି ଅଞ୍ଚଳବାସୀ ଗଛକଟା ବନ୍ଦ କରିବା ପରେ ବନବିଭାଗକୁ ଖବର ଦେଇଥିଲେ । ରେଞ୍ଜର ଆଇସା ଏ ନିଶା ଯାଇ ତଦନ୍ତ କରି ଗଛର କିଛି କାଠ ନଥିବା ଦେଖିବାକୁ ପାଇଥିଲେ । ପିଏଚଡି ବିଭାଗର କର୍ମଚାରୀଙ୍କୁ ଡକାଇ ତଦନ୍ତ ମଧ୍ୟ କରିଥିଲେ । କିଏ କାଠ ନେଇଛି ବନବିଭାଗର ବିନା ଉପସ୍ଥିତରେ ଗଛକଟା ଯାଉଥିବାବେଳେ କାମ ନେଇଥିବା ଠିକାଦାର ଓ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ନେଇ ସନେ୍ଦହ ଉଠିଛି । ରେଞ୍ଜର ଗଛ କଟା ଅନୁମତି ନେଇଥିବା କହୁଥିବା ବେଳେ ଗଛ ଗୁଡିକ କର୍ପୋରେସନକୁ ନ ଯାଇ କିଏ ନେଲା ଏହା ଉପରେ ତଦନ୍ତ ହେବା ଜରୁରୀ ବୋଲି ଦାବି ହୋଇଛି ।