ଶିକ୍ଷୟିତ୍ରୀଙ୍କ ପରଲୋକ 

ବଲାଙ୍ଗିର : ସହରର ବରିଷ୍ଠ ଡାକ୍ତର ହାଡିବନ୍ଧୁ ଶତପଥିଙ୍କ ଧର୍ମପତ୍ନୀ ତଥା ପୂର୍ବତନ ଶିକ୍ଷୟିତ୍ରୀ ତୃପ୍ତିମୟୀ ମିଶ୍ର(୭୪)ଙ୍କ ପରଲୋକ ଘଟିଛି । ସ୍ୱର୍ଗତା ମିଶ୍ର ବ୍ରାହ୍ମଣ ପଡା, ଶାନ୍ତିପଡା ଓ ଚମାରଟିକ୍ରା ସ୍କୁଲରେ ଶିକ୍ଷାଦାନ କରିବା ପରେ ଅବସର ଗ୍ରହଣ କରିଥିଲେ । ବିଗତ କିଛି ସମୟ ହେବ ସେ ଅସୁସ୍ଥ ଥିବା ବେଳେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ସ୍ୱାମୀ ଡା ଶତପଥି, ଦୁଇ ପୁଅ ଦେବାଶିଷ, ଶୁଭାଶିଷ, ଦୁଇ ବହୁ, ଝିଅ ଚିନ୍ମୟୀ, ଜ୍ୱାଇଁ ଜୟନ୍ତ, ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ପାଥୀôବ ଶରୀରକୁ ବଲାଙ୍ଗୀର ସ୍ଥିତ ବାସଭବନକୁ ଅଣାଯିବା ପରେ ବିଜାଖମନ ସ୍ଥିତ ସ୍ୱର୍ଗଦ୍ୱାରରେ ଅନ୍ତ୍ୟେଷ୍ଟି କରାଯାଇଥିଲା । ବଡ ପୁଅ ଦେବାଶିଷ ମୁଖାଗ୍ନୀ ଅର୍ପଣ କରିଥିଲେ ।