ହାତୀଦାନ୍ତ ଜବତ, ୪ଅଟକ
ବାରିପଦା: ଦୁଇ ହାତୀଦାନ୍ତ ଜବତ । ଚାରି ଅଟକ । ବାହାର ରାଜ୍ୟକୁ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ଦେଉଳି ରେଞ୍ଜ ଅଧୀନସ୍ଥ ଝାରପୋଖରିଆ ଥାନା ଅଧୀନ ଭୂରଷାଣି ନିକଟରେ ଦୁଇ ହାତୀଦାନ୍ତ ଜବତ କରାଯାଇଥିବା ନେଇ ଦେଉଳି ବନ ବିଭାଗ ପକ୍ଷରୁ ଜବତ ସୂଚନା ଦିଆଯାଇଛି । ଏଥିମଧ୍ୟରୁ ଗୋଟିଏ ହାତୀ ଦାନ୍ତର ଓଜନ ୧ କିଲୋ ଓ ଅନ୍ୟର ଓଜନ ୧କିଲୋ ୨ଶହ ଗ୍ରାମ୍ ରହିଥିବା ଜଣାଯାଇଛି । ପ୍ରକାଶ ଯେ, ବାଇକ ଯୋଗେ ଜାମଶଳା ଗେଟ୍ ଆଡୁ ବମ୍ବେ ଛକ ଅଭିମୁଖେ ଦୁଇ ବାଇକରେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଦେଉଳି ରେଞ୍ଜର ନିଜ ସାଥୀଙ୍କ ସହ ହଠାତ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରେ ଦୁଇ ହାତୀଦାନ୍ତ ଜବତ ସହ ଚାରି ଅଭିଯୁକ୍ତଙ୍କୁ ଅଟକ ରଖିଛି ବନ ବିଭାଗ । ଏହି ଘଟଣାରେ ଝାଡଖଣ୍ଡର ଦୁଇ ମାଫିଆ ସହ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଦୁଇଜଣ ହାତୀ ଦାନ୍ତ ମାଫିଆଙ୍କୁ ଅଟକ ରଖିଛି ବନବିଭାଗ । ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହେଲେ ଝାରଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମି ଜିଲ୍ଲାର ମଙ୍ଗୁଳି ସୋରେନ, ଚ ।କୁଳିଆର ବିଜୟ ହାଂସଦା, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଢାଲଶୋଳର ବିର୍ସା ମୁଣ୍ଡା ଓ କଟିଗଢିଆ ଗାଁର ଯୋଗେଶ୍ୱେର ନାୟକ ବୋଲି ବନ ବିଭାଗର ଏସିଏଫ୍ ରବି ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।