ଲକ୍ଷପତି ଦିଦିଙ୍କ ତାଲିମ ଶିବିର 

ଆସିକା: ଆସିକା ପଂଚାୟତ ସମିତି ଅନ୍ତର୍ଗତ ଖରିଆ ଗ୍ରାମପଂଚାୟତ କାର୍ଯ୍ୟାଳୟ ଦୁଇ ଦିନିଆ ଲକ୍ଷପତି ଦିଦିମାନଙ୍କ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଲକ୍ଷପତି ଦିଦିମାନଙ୍କ ତାଲିମ ନିମନ୍ତେ ଉକ୍ତ ଗ୍ରାମର ବିରଜା ସ୍ୱୟଂ ସହାୟକ ଗୋଷ୍ଠୀ, ସାରଦା ସ୍ୱୟଂ ସହାୟକ ଗୋଷ୍ଠୀ, ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀ, ନୃପୁର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ କବି ସୂର୍ଯ୍ୟନଗର ବ୍ଲକର ସିଆରପି କ୍ରିଷ୍ଣକ୍ଷ ନାହାକ, ବନିତା ବିଶ୍ୱାଳ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଉକ୍ତ ପଂଚାୟତର ଏମବିକେ ରିଙ୍କି କୁମାରୀ ଲେଙ୍କା, ସିଆରପି ଦୀପ୍ତି ଜେନା, ସାଗରୀକା ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି । ଗ୍ରାମଞ୍ଚଳର ମହିଳାମାନେ ନିଜେ ନିଜେ କିଭଳି ଆତ୍ମନିର୍ଭରଶୀଳ ହେବେ, ନିଜ ନିଜର ଆୟର ଉତ୍ସକୁ ବୃଦ୍ଧି କରିବେ, ଜୀବନ ଜୀବିକା ରେ ଉନ୍ନତି ଆସିବା ନିମନ୍ତେ ବହୁତ ପ୍ରକାରର ଜ୍ଞାନ, କୌଶଳ, ପାଖରେ ଥିବା କଞ୍ଚାମାଲକୁ ସଦ୍ବିନିଯୋଗ କରି କିଭଳି ଲକ୍ଷପତି ଦିଦି ହୋଇ ଆମ ପଂଚାୟତରେ ନାମ ବିଖ୍ୟାତ କରିବାକୁ ତାଲିମ ଦିଆଯାଇଥିଲା । ଲକ୍ଷ୍ମୀ ଦିଦି ଯୋଜନା ବିଭିନ୍ନ ଆର୍ଥିକ ଉପକରଣ ମାଧ୍ୟମରେ ଆର୍ଥିକ ସଶକ୍ତିକରଣ ପାଇଁ ଏକ ବହୁମୁଖୀ ଆଭିମୁଖ୍ୟ ପ୍ରଦାନ କରିଥାଏ ।