ହାତୀ ଆକ୍ରମଣରେ ଦୁଇ ମୃତ
ହିନେ୍ଦାଳ: ହିନେ୍ଦାଳ ବନାଞ୍ଚଳରେ ହାତୀ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିରବ ଦ୍ରଷ୍ଟା ସାଜିଛି ବନ ବିଭାଗ । ଦୁଇ ଦିନ ପୂର୍ବେ ଏହି ବନାଞ୍ଚଳ ଗୁଳେହି ପଞ୍ଚାୟତ ବଙ୍ଗୁ ଗ୍ରାମର ଶିଖର ସାହୁଙ୍କୁ ରାତି ପ୍ରାୟ ନଅଟା ସମୟରେ ଘରୁ ଟାଣି ଆଣି ଏକ ବଣୁଆ ହାତୀ ଦଳି ମାରି ଦେଇ ଥିବା ବେଳେ ଆଜି ଅପରାହ୍ନରେ କଙ୍କାଳୁ ଗ୍ରାମର ଗିରିଶ ଚନ୍ଦ୍ର ବେହେରା (୭୦) ବିଲରେ ନଡା ବାନ୍ଧୁ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ଗିରିଶ ମୃତୁ୍ୟବରଣ କରିଥିଲେ । ହିନେ୍ଦାଳର ବିଭିନ୍ନ ଗାଆଁ ଗଣ୍ଡାରେ ବର୍ତ୍ତମାନ ଦୁଇ ଶହରୁ ଊଦ୍ଧ୍ୱର୍ ହାତୀ ପଲ ବହୁଳ ଭାବରେ ଥିବା ବେଳେ ଲୋକେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।