ହାତୀ ଆକ୍ରମଣରେ ବୃଦ୍ଧ ଗୁରତର
ବାଣପୁର : ବାଣପୁର ବ୍ଲକର ଆଦିବାସୀ ବହୁଳ ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ପଂଚାୟତ ଅଂଚଳରେ ହାତୀଙ୍କ ଉପଦ୍ରବ ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ଧନ ଜୀବନ ଅସୁରକ୍ଷିତ ହୋଇପଡିଛି । ନିକଟସ୍ଥ ଶାଳ ଶାଗୁଆନ ଜଙ୍ଗଲରେ ରହୁଥିବା ହାତୀ ପଲ ଅନେକ ସମୟରେ ବିଲ ବାଡିରେ ପଶି ଫସଲ ଉଜାଡିବା ସହ ଗାଁ ଭିତରେ ପଶି ଘର ଦ୍ୱାର ଭାଙ୍ଗୁଥିବା ଦେଖିବାକୁ ମିଳୁଛି ଜ୍ଝଫଳରେ ଏହି ଅଞ୍ଚଳ ବାସୀଙ୍କ ଧନ ଜୀବନ ଅସୁରକ୍ଷିତ ହୋଇ ପଡିଛି । ନୀଳାଦ୍ରି ପ୍ରସାଦ ପଂଚାୟତ ରାଇପଡା ଗ୍ରାମର ଜଣେ ବୃଦ୍ଧ ସୁବାସ ପ୍ରଧାନ (୬୫)ମଧ୍ୟ ରାତ୍ରରେ ପରିସ୍ରା କରିବାକୁ ଘରୁ ବାହାରକୁ ଆସିଥିବା ବେଳେ,ସ ଏକ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତିଟି ତାଙ୍କୁୁ ଶୁଣ୍ଡରେ ଟେକି ତଳେ କଚାଡି ଦେବାରେ ସେ ଗୁରୁତର ହୋଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରତର ଥିବାରୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ବୃଦ୍ଧଙ୍କର ସମସ୍ତ ଚିକିିତ୍ସା ଭାର ରାଜ୍ୟ ସରକାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।