ହିଟାଚି ଏଟିଏମ୍ ଉଦ୍ଘାଟିତ

ଭଣ୍ଡାରିପୋଖରୀ : ଆଖୁଆପଦା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱ ଯଶୋଟିକିରି ବଜାରରେ ହିଟାଚି କମ୍ପାନୀ ପକ୍ଷରୁ ଏକ ଏଟିଏମ୍ ସେବା ଉଦ୍ଘାଟିତ ହୋଇଯାଇଛି । କମ୍ପାନୀ ଓ ମହିଳା ଉଦ୍ୟୋଗୀ ସରୋଜିନୀ ରାଉତଙ୍କ ସହଭାଗିତାରେ ଏଟିଏମ୍ ସେବାକୁ ମୁଖ୍ୟଅତିଥି ଭଦ୍ରକ ପୂର୍ବତନ ପୌରପାଳ ଇଂ. ପ୍ରୟାସ କାନ୍ତି ସାମଲ ଉଦ୍ଘାଟନ କରିଥିଲେ । ଟଙ୍କା ଉଠାଇବା ଓ ସଞ୍ଚୟ କରିବା ବ୍ୟବସ୍ଥା ଥିବାରୁ ଏଟିଏମ୍ଟି ସମସ୍ତଙ୍କ ପାଇଁଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି କମ୍ପାନୀ କ୍ଷେତ୍ର ପରିଚାଳକ ସୁଶାନ୍ତ ବେହେରା କହିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶରତ ଚନ୍ଦ୍ର ଜେନା, ଜିଲ୍ଲା ପରିଷଦ ସଭ୍ୟ ବଦ୍ରୀନାରାୟଣ ରାଉତ, ସମିତି ସଭ୍ୟ ରାଜେଶ ଜେନା, ଉଦ୍ୟୋଗୀ ବନମାଳୀ ପୃଷ୍ଟି, ବିରଞ୍ଚିନାରାୟଣ ରାଉତ, ପ୍ରଦୀପ ସାମଲ, କୃପାସିନ୍ଧୁ ପୃଷ୍ଟି, ରବିନ୍ଦ୍ର ଦେଓ, କିଶୋର ଚନ୍ଦ୍ର ଦଳେଇ, ସୁଶୀଲ ବର୍ଦ୍ଧନ, ସରୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହାଛଡା ସ୍ଥାନୀୟ ଅଞ୍ଚଳର ବୋହୁ ଜନସାଧାରଣ ଏଥିରେ ଉପସ୍ଥିତ ଥିଲେ ।