ହିତାଧିକାରୀଙ୍କୁ ଭେଣ୍ଡିଂ ଟ୍ରଲି ହସ୍ତାନ୍ତର କଲା ରୋଟାରୀ ରୟାଲ  

 ଭୁବନେଶ୍ୱର : ରୋଟାରୀ ଜିଲ୍ଲା ୩୨୬୨ର ସ୍ୱରୋଜଗାର ପ୍ରକଳ୍ପ ଅନ୍ତର୍ଗତ "ସ୍ୱାବଲମ୍ବୀ’ ଯୋଜନାରେ ଏକ ବ୍ୟବସାୟ ଅନୁକୂଳ ଠେଲା ଗାଡି ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ରୟାଲ୍ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀ ଗଣେଶ ମହନ୍ତଙ୍କୁ ହସ୍ତାନ୍ତର କରାଯାଇଛି । ଦୀର୍ଘ ଦିନ ହେବ ପୋଖରୀପୁଟ ଡିଏଭି ସମ୍ମୁଖରେ ଚା, ବିସ୍କୁଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ମହନ୍ତ ବ୍ୟବସ୍ଥିତ ଟ୍ରଲି ଟି ପାଇ ରୋଟାରୀ ରୟାଲ୍ ପ୍ରତି କୃତଜ୍ଞତା ଜଣାଇଛନ୍ତି । ମହାନଗର ନିଗମର ସମସ୍ତ ନିୟମ ପାଳନ ପୂର୍ବକ ଏଥିରେ କୌଣସି ସରକାରୀ ପ୍ରତିବନ୍ଧିତ ଦ୍ରବ୍ୟ ବିକ୍ରି କରିବେ ନାହିଁ ବୋଲି ଘୋଷଣା କରି ଦୋକାନୀ ଜଣକ ପ୍ରାନ୍ତପାଳଙ୍କ ଦ୍ୱାରା ଶପଥ ପାଠ କରିଥିଲେ । ଚଳିତ ରୋଟାରୀ ବର୍ଷରେ ସମଗ୍ର ଓଡ଼ିଶାରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ଦୁଇଶହରୁ ଉର୍ଦ୍ଧ୍ୱ ବ୍ୟବସାୟ ଅନୁକୂଳ ଟ୍ରଲି ବିଭିନ୍ନ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗଦେଇଥିବା  ସ୍ଥାନୀୟ ଲିଙ୍ଗରାଜ ବିହାର ନାଗରିକ ସମାଜ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଏକ ନୂତନ ରୋଟାରୀ କ୍ଲବ୍ର ପ୍ରତିଷ୍ଠା ପାଇଁ ସମବେତ ସଦସ୍ୟ ମାନେ ଏହି ଅବସରରେ ଘୋଷଣା କରିଥିଲେ । କ୍ଲବ୍ ସଭାପତି ବିଭୂତି ଭୂଷଣ କରଙ୍କ ସଂଯୋଜନାରେ ଆୟୋଜିତ ହସ୍ତାନ୍ତରିତ ପ୍ରକ୍ରିୟାରେ ମୁଖ୍ୟଅତିଥି ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ରଙ୍କ ସମେତ ପରବର୍ତ୍ତୀ ପ୍ରାନ୍ତପାଳ ଅନୀଲ ସାମଲ, ରୋଟାରୀଆନ ବିଜୟ ଅଗ୍ରୱାଲ, ସମ୍ପାଦକ ଆଶିଷ ପରିଡ଼ା, କୋଷାଧ୍ୟକ୍ଷ ଦୀପକ୍ ସେହଗଲ, ପ୍ରାକ୍ତନ ସଭାପତି ପ୍ରସନ୍ନ ଲେଙ୍କା, ସଂଜୟ ଚୌଧୁରୀ, ସମରେନ୍ଦ୍ର ପରିଜା, ଅଜୟ ପଟ୍ଟନାୟକ, ରମେଶ ସାହୁ, ଦେବ ପାତ୍ର, ସିଦ୍ଧାର୍ଥ ମହାପାତ୍ର ଓ ଲିଙ୍ଗରାଜ ବିହାର ନାଗରିକ ସମାଜ ସଭାପତି ପିପି ସାହୁ ପ୍ରମୁଖ ଯୋଗଦେଇଥିଲେ ।