ହେମାନନ୍ଦ ବିଶ୍ୱାଳଙ୍କ ୮୬ତମ ଜୟନ୍ତୀ
ସମ୍ବଲପୁର: ବାମରା ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ୮୬ ତମ ଜୟନ୍ତୀ ପାଳିତ ହୋଇଥିଲା । ବିଶ୍ୱାଳଙ୍କ ଧର୍ମପନôୀ ଉର୍ମିଳା ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଭାଇ ବିହାରୀ ବିଶ୍ୱାଳ ଓ ଝିଅ ସୁନୀତା, ତୁଳସୀ ଏବଂ ଜ୍ୱାଇଁ ନଟବର ବରିହା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ହେମାବାବୁଙ୍କ ସ୍ମୃତିଚାରଣ କରିଥିଲେ । ଜୟନ୍ତୀ କମିଟିର ସଭାପତି ପ୍ରଶାନ୍ତ କୁମାର ଶତପଥି ସଭା ପରିଚାଳନା କରିଥିଲେ । କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ରାଜ, ସାଧାରଣ ସମ୍ପାଦକ କ୍ଷିରୋଦ କୁମାର ସା, ସାଂଗଠାନିକ ସମ୍ପାଦକ ସୁଧାଂଶୁ ଶେଖର ନାଏକ, ସମ୍ପାଦକ ରାଜୀବ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ । ଏହି ଅବସରରେ ଗରିବ ପରିବାରଙ୍କୁ ଏକ ଶହ କମ୍ବଳ ବଣ୍ଟନ କରାଯାଇଥିଲା ।