ହେଲ୍ପ ଲାଇନର ବାର୍ଷିକୋତ୍ସବ
ଉମରକୋଟ : ନବରଙ୍ଗପୁର ଜÿିଲ୍ଲା ରେ କାର୍ଯ୍ୟରତ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନର ୩୪ ତମ ବାର୍ଷିକ ଉସôବ ପାଳନ ହୋଇଯାଇଛି । ଏହି ବାର୍ଷିକ ଉସôବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କେବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବିନା କୌଣସି ଅନୁଦାନରେ ନବରଙ୍ଗପୁର ଜÿିଲ୍ଲାରେ କାର୍ଯ୍ୟରତ ସ୍ୱଚ୍ଛାସେବୀ ଅନୁଷ୍ଠାନ "ହେଲ୍ପ ଲାଇନ" ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା,ବୃକ୍ଷ ରୋପଣ, ସଡ଼କ ସୁରକ୍ଷା, ବାଲ୍ୟ ବିବାହ ସଚେତନତା,ମେଧାବୀ ଛାତ୍ର,ଛାତ୍ରୀଙ୍କୁ ସମ୍ମାନିତ କରିବା ସହ ଉଚ୍ଚ ଶିକ୍ଷା ପାଇଁ ସହଯୋଗ, କିଶୋରୀ ମେଳା ନିଶା ନିବାରଣ ଆଦି କାର୍ଯ୍ୟକ୍ରମ ମାନ ଦୀର୍ଘ ୩୩ ବର୍ଷରୁ ଉର୍ଦ୍ଧ ହେବ ଜାରି ରହିଛି । ଏଥିପାଇଁ ସଂସ୍ଥାର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେବାସହ ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଓଡିଶାର ସୁପ୍ରସିଦ୍ଧ କବି, ଲେଖକ, ସାହିତ୍ୟିକ ଡ଼କ୍ଟର ପ୍ରଦୀପ କୁମାର ମିଶ୍ର ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ବନ ମୋହୋସôବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର,ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରପଚାର ଶିବିର ଆଦି କରି ସଂସ୍ଥା ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ମାନପତ୍ର ସହ ପୁରସ୍କୃତ ହୋଇଛି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ସଂସ୍ଥାକୁ ଫୋନ ଯୋଗେ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଜÿିଲ୍ଲା କ୍ରୀଡା ସଙ୍ଘର ଉପସଭାପତି ଏମ. ବାଳକୃଷ୍ଣ ରାଓ, ପୌର ପରିଷଦ ଉପାଧ୍ୟକ୍ଷ ସୁଧାଂଶୁ ଦାଶ, ଜÿିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ଅଶୋକ କୁମାର ନାୟକ, ଶଶାଙ୍କ ବେହେରା, ପ୍ରାକ୍ତନ ପ୍ରାଧ୍ୟପକ ଡ଼କ୍ଟର ପଙ୍କଜ ଲୋଚନ ମିଶ୍ର, ଶାନ୍ତନୁ ମହାପାତ୍ର, ପ୍ରମୁଖ ଯୋଗଦେଇ ସଂସ୍ଥାର କାର୍ଯ୍ୟକୁ ବହୁ ପ୍ରଶଂସା କରିଥିବା ବେଳେ, ସଂସ୍ଥା ର ସଭାପତି କୃଷ୍ଣ ପ୍ରସାଦ ପଟନାୟକ ସଭାପତିତ୍ୱ କରିଥିଲେ । ସଂସ୍ଥାର ନିଦେ୍ର୍ଦଶକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ ବିବରଣୀ ପାଠ କରିବା ସହ ସମାଜସେବା ପାଇଁ ଆପଣ ମାନଙ୍କ ସହଯୋଗ କାମନା କରୁଅଛୁ ବୋଲି ନିଜ ଅଭିଭାଷଣରେ କହିଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମତେ ସମସ୍ତ ଅତିଥିଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସଂସ୍ଥାର ଉପସଭାପତି ଇଂ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଏବଂ ମନ୍ତ୍ରୀ ଶ୍ରୀ ଗଣ୍ଡ ବସ୍ତ୍ର ବଣ୍ଟନ କରିବା ସହ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳିଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।