ହୋଟେଲରେ ଚଢଉ, ଜରିମାନା ଆଦାୟ
ରାୟଗଡା : ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ନିଦେ୍ର୍ଦଶକ୍ରମେ ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାୟଗଡ ସହରର ବିଭିନ୍ନ ହୋଟେଲମାନଙ୍କରେ ଅଚାନକ ଚଢାଉ କରାଯାଇଥିଲା । ହୋଟେଲର ପରିଷ୍କାର ପରିଚ୍ଛନ୍ନତା, ଖାଦ୍ୟ ପଦାର୍ଥର ମାନ ଇତ୍ୟାଦି ତନଖି କରାଯାଇଥିଲା । ଏହିକ୍ରମରେ ରାୟଗଡ ରେଳ ଷ୍ଟେସନ୍ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରେ ଚଢାଉ କରାଯାଇଥିଲା । ଏହି ହୋଟେଲର ଖାଦ୍ୟ ନିମ୍ନମାନର ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଥିଲା । ତଦନ୍ତ ସମୟରେ ୩ଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରାଯାଇଥିଲା । ଏହା ପରେ ହୋଟେଲ କୈଲାଶରେ ମଧ୍ୟ ଚଢାଉ କରାଯାଇଥିଲା । ସେହି ହୋଟେଲରେ ୫ ଗୋଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା ଏବଂ ଅସ୍ୱାସ୍ଥ୍ୟକର ପରିବେଶ, ବହୁ ପରିମାଣର ଖାଦ୍ୟରେ ମିଶାଇବା ରଙ୍ଗ, ଚାଇନା ସାଲ୍ଟ ଦେଖିବାକୁ ମିଳିଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । ଏହା ପରେ ହୋଟେଲ ସାଇ ଇଣ୍ଟାନ୍ୟାସନାଲ ଏବଂ ବାରରେ ମଧ୍ୟ ଚଢାଉ କରାଯାଇଥିଲା । ବାର ଲାଇସେନ୍ସ ଏବଂ ଖାଦ୍ୟ ଲାଇସେନ୍ସ ଉପସ୍ଥାପନ କରି ପାରିନଥିଲେ । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରାଯାଇଥିଲା । ଏହି ଚଢାଉ ସମୟରେ ଏସିଏସ୍ଓ ସୁହାନ୍ସ ଭୋଇ, ଫୁଡ୍ ଇନସପେକ୍ଟର ଜ୍ୟୋତି ପ୍ରକାଶ ସୋରେନ୍, ସାନିଟାରୀ ଏକ୍ସପର୍ଟ ବିନୟ ବିକ୍ରମ ପ୍ୟାରିଚା, ପୋଲିସ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।