ସାପ କାମୁଡାରେ ମହିଳାଙ୍କ ମୃତୁ୍ୟ 

ସୋର : ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ ଗ୍ରାମରେ ସାପ କାମୁଡାରେ ଜଣେ ମହିଳାଙ୍କର ସୋର ମେଡିକାଲରେ ମୃତୁ୍ୟ ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ନିଳଗିରୀ ଥାନା ସଜନାଗଡ ଗ୍ରାମର ଅନୀଲ ସିଂଙ୍କ ସ୍ତ୍ରୀ କୁନି ସିଂ ବାପା ଘର ସିନ୍ଧୁଆକୁ ବୁଲିବାକୁ ଆସିଥିଲେ । କିନ୍ତୁ ରାତିରେ ସେ ରୋଷେଇ କରୁଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ମାମଲା ରୁଜ୍ଜୁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।