ସାପ କାମୁଡାରେ ମହିଳା ଗୁରୁତର

 ନରସିଂହପୁର:  ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଖାପଡା ଗ୍ରାମରେ ରଶ୍ମିତା ନାୟକ (୪୫) ସାପ କାମୁଡା ରେ ଗୁରୁତର ହୋଇଛନ୍ତି ।  ପ୍ରକାଶ ଯେ, ରଶ୍ମିତା ଘରେ ଶୋଇଥିବା ସମୟରେ ଏକ ବିଷଧର କୋଳଥିଆ ନାଗ ସାପ ତାଙ୍କ ଗୋଡ଼କୁ କାମୁଡିଥିଲା । ଫଳରେ ରଶ୍ମିତା ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବାବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।