ଡ଼ଙ୍କାରୀରେ ଶ୍ରମିକ ମୃତୁ୍ୟ ଘଟଣା: କ୍ଷତିପୂରଣ ଦେଲେନି ଲିଜ୍ଧାରୀ, ଗଣିବେ ସରକାର 

 ଯାଜପୁର: ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀରେ ବେଆଇନ ପଥର ବିସ୍ଫୋରଣ ୩ ଶ୍ରମିକଙ୍କ ମୃତୁ୍ୟ ଘଟଣାକୁ ବର୍ଷ ପୁରିଲାଣି । ଯାହା ସେସମୟରେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ମୃତ ୩ଜଣ ଶ୍ରମିକ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରୀନ ଟ୍ରିବୁ୍ୟନାଲ ଏବଂ ସରକାରଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଲିଜ୍ଧାରୀ କିନ୍ତୁ ଏହା କରିନାହାନ୍ତି । ଯାହାଫଳରେ ଶ୍ରମିକ ପରିବାରକୁ ଉକ୍ତ ଅର୍ଥ ଜିଲ୍ଲାପାଳ ରେଡକ୍ରସରୁ ପ୍ରଦାନ କରିବେ । ଏଥିନେଇ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ଓ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଖବରରୁ ପ୍ରକାଶ, ଡଙ୍କାରୀର ଖାଦାନ ନଂବର-୫/୧୦ ବିଜେଡି ନେତା ନିରଞ୍ଜନ ରାଉତଙ୍କ ଭାଇ ନାରାୟଣ ରାଉତଙ୍କ ନାମରେ ଲିଜ୍ ଥିବା ବେଳେ, ବେଆଇନ ଭାବେ ଅତି ବିପଦ ଜନକ ୱାଗନ ହୋଲ ପଥର ବ୍ଲାଷ୍ଟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାର ଝୋଲ୍ଲା ଗ୍ରାମର ସୁରେଶ ଗୌଡ, ଉମରକୋଟ ଥାନା ପୁଜାରୀଗୁଡା ଗ୍ରାମର ଜଗବନ୍ଧୁ ମାଝୀ, ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲାର ଇଛାପୁରମର ନଲ୍ଲା ଉମାପତିଙ୍କ ମୃତୁ୍ୟ ଘଟିଛି । ଏଥିନେଇ ଗ୍ରୀନ ଟ୍ରିବୁ୍ୟନାଲରେ କେସ୍ ହେବା ସହ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ତରଫରୁ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗ୍ରୀନ ଟ୍ରବି୍ୟନାଲ ନିଷ୍ପତି ଅନୁସାରେ ମୃତୁ୍ୟ ବରଣ କରିଥିବା ପ୍ରତ୍ୟେକ ଶ୍ରମିକଙ୍କୁ ୨ଲକ୍ଷ ୫୦ହଜାର ପ୍ରଦାନ କରିବାକୁ ନିଦେ୍ର୍ଦଶ ପ୍ରଦାନ କରାଯାଇଥିଲା । ତଦନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ପତ୍ର ନଂବର-୧୩୫୯ ୬ା୩ା୨୫ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ ପତ୍ର ପ୍ରଦାନ କରି ୩ ମୃତ ଶ୍ରମିକ ପରିବାରକୁ ୭ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏଥିନେଇ ଯାଜପୁର ଜିଲାପାଳ ପତ୍ର ନଂ ୪୬୮୯ ତା ୨୭ା୩ା୨୫ ଉପନିଦେ୍ର୍ଦଶକ ଖଣି (ଲଘୁ ଖଣିଜ ଦ୍ରବ୍ୟ)ଙ୍କୁ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ପତ୍ର ଅନୁସାରେ ଶ୍ରମିକଙ୍କୁ ଏହି ଅର୍ଥ ପ୍ରଦାନ କରି କରିବାକୁ ଲିଜ୍ଧାରୀ ନାରାୟଣ ରାଉତଙ୍କୁ ପ୍ରଦାନ କରାଯାଇଥିଲା । ହେଲେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲିଜ୍ଧାର ମୃତ ଶ୍ରମିକଙ୍କ ପରିବାରକୁ ଟଙ୍କା ପ୍ରଦାନ ନକରିବାରୁ ଯାଜପୁର ଜିଲ୍ଲାପାଳଙ୍କୁ ଉପନିଦେ୍ର୍ଦଶକ ଲଘୁ ଖଣିଜ ଦ୍ରବ୍ୟ ପତ୍ର ନଂ ୩୫୦୮ତା୬ା୬ା୨୫ ପ୍ରଦାନ କରି ଏହି ଅର୍ଥ ରେଡକ୍ରସରୁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଏହି ଅର୍ଥ ରେଡକ୍ରସରୁ ପ୍ରଦାନ କରିବାକୁ ଆକାଉଂଟ ନଂବର ପ୍ରଦାନ କରିବାକୁ ଉପ ନିଦେ୍ର୍ଦଶକ ଲଘୁ ଖଣିଜ ଦ୍ରବ୍ୟଙ୍କୁ ଯାଜପୁର ଜିଲ୍ଲାପାଳ ପତ୍ର ନଂ ୪୧ ତା୧୮ା୬ା୨୫ପ୍ରଦାନ କରିଥଲେ । ଏଥିନେଇ ସତୀଶ ମୁଖ ମୁଖ୍ୟମନ୍ତ୍ରୀ ଓ ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଗ୍ରୀନ ଟ୍ରିବୁ୍ୟନାଲଙ୍କ ନିଦେ୍ର୍ଦଶ ଅନୁସାରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ କରାଯିବ । ହେଲେ ଶ୍ରମିକଙ୍କୁ ବେଆଇନ ଭାବେ ଅସୁରକ୍ଷିତ ଭାବେ କାମରେ ନିୟୋଜିତ କରିଥିବା ଲିଜ୍ଧାରୀ ମୃତ ଶ୍ରମିକଙ୍କ ଜୀବନର ମୂଲ୍ୟ ପାଇଁ ୫୦ଲକ୍ଷ ଲେଖା ଟଙ୍କା ପ୍ରଦାନ ପାଇଁ ସରକାର ନିଷ୍ପତି ନିଅନ୍ତୁ । କୋର୍ଟ ଏବଂ ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ଲିଜ୍ଧାରୀ ଟଙ୍କା ପ୍ରଦାନ ନକରିବା ନେଇ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପୂର୍ବରୁ ସେମାନଙ୍କ ନାମ ଶ୍ରମ ବିଭାଗରେ ପଞ୍ଜିକୃତ କରା ନଯିବା ଏବଂ ସେମାନଙ୍କ ଇପିଏଫ୍ ପଞ୍ଜିକରଣ କରା ନଯିବା ନେଇ ଶ୍ରମ ବିଭାଗ ତରଫରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।