୧ଲକ୍ଷ ୧୫ ହଜାର ବୃକ୍ଷରୋପଣ ଲକ୍ଷ୍ୟ
ଭଣ୍ଡାରିପୋଖରୀ,: ସଂପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱବାସୀ ଏକ ଆଗ୍ନେୟ ଆଡ଼କୁ ଅଗ୍ରସର ହେଉଛନ୍ତି । ଉଚ୍ଚ ଆଧୁନିକ ଜୀବନ ଶୈଳୀ ଓ ସହରୀକରଣ ନାଁରେ ଦୈନିକ ଲକ୍ଷ ଲକ୍ଷ ଗଛ କଟା ଯାଉଛି । ଫଳରେ ବୃକ୍ଷ ସଂଖ୍ୟା କମିଯିବା ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଜୀବ ଜଗତ ଉପରେ ଏହାର କୁପ୍ରଭାବ ପଡୁଛି । ତେଣୁ ବୃକ୍ଷ ବଞ୍ଚିଲେ ପୃଥିବୀ ବଞ୍ଚିବ ବୋଲି ଆଜି ସମସ୍ତେ ଅନୁଭବ କରୁଛନ୍ତି । ପୃଥିବୀ ମାତାଙ୍କ ଉଦେ୍ଦଶ୍ୟରେ ସମସ୍ତେ ଗଛ ଲଗାଇବା ଉଚିତ । ତେଣୁ ସରକାର ବୃକ୍ଷ ରୋପଣ ପାଇଁଁ ଆହ୍ୱାନ ଦେଇଥିବା ବେଳେ ଏଥିରେ ଏସଏଚଜି ସଦସ୍ୟା ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୨୨୧୭ଗୋଟି ଗ୍ରୁପ ଗଛ ଲଗାଇବା ପାଇଁଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରାୟ ୨୩ହଜାର ମହିଳା ପ୍ରତ୍ୟେକ ଲେଖାଏଁ ୫ଗୋଟି ବୃକ୍ଷ ରୋପଣ କରିବା ପାଇଁଁ ସରକାରୀ ନିଦେ୍ର୍ଦଶନାମା ଜାରି ହୋଇଛି । ମହିଳା ମାନେ ନିଜ ବାଡି ବଗି· ସହିତ ରାସ୍ତା ପାର୍ଶ୍ୱରେ ମଧ୍ୟ ଗଛ ଲଗାଇ ପାରିବେ । ନର୍ସରୀ ମାଧ୍ୟମରେ ·ରା ପ୍ରସ୍ତୁତ କରୁଥିବା ଜଙ୍ଗଲ, ଉଦ୍ୟାନ କୃଷି ଓ କୃଷି ବିଭାଗ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ କରିବେ । ବ୍ଲକ ଅଞ୍ଚଳରେ ଏକ ଲକ୍ଷ ୧୫ ହଜାର ବୃକ୍ଷ ରୋପଣ ପାଇଁଁ ଧାର୍ଯ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି ଜଣାଯାଇଛି ।