୧୦ ମତ୍ସ୍ୟଜୀବୀ କୋର୍ଟ ଚାଲାଣ

 ରାଜନଗର  : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳାଠାରୁ ୧୫କି.ମି ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗ ପାଟ୍ରୋଲିଂ ଦଳ ସୁସ୍ମିତା-୨ନାମକ ଗିଲନେଟରକୁ ଜବତ କରିଛି । ସେଥିମଧ୍ୟରୁ ୧୦ ଜଣ ମସô୍ୟଜୀବୀଙ୍କୁ ଗିରଫ କରିଛି । ଗିଲନେଟରରୁ ୩ଟି ଭିଏଚଏଫ, ଗୋଟିଏ  ଜିପିଏସ, ଗୋଟିଏ ଫିସଫାଇଣ୍ଡର, ଦୁଇଟି ମୋବାଇଲ, ୧୫ଟି ଜାଲ ଓ ୨୫ କୁ୍ୟଇଣ୍ଟାଲ ମାଛ ଜବତ କରିଛି । ଗିରଫ ମସô୍ୟଜୀବୀମାନେ ହେଲେ ଗୌରହରୀ ମଣ୍ଡଳ(ଡ୍ରାଇଭର), ଗୁରୁପଦ ଭୂୟାଁ, ଶୁଶାନ୍ତ ଗୋଛାୟତ, ଗୁଣନିଧି ମଣ୍ଡଳ, ନିଶୀକାନ୍ତ ମଣ୍ଡଳ, ଦୀପକ ଢାଲି, ଅଶ୍ୱିନୀ ମଣ୍ଡଳ, ପ୍ରଦୀପ ମଣ୍ଡଳ, ସତ୍ୟବ୍ରତ ମଣ୍ଡଳ, ଅଚିନ୍ତ କଳା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର । ଗିରଫ ମସô୍ୟଜୀବୀମାନଙ୍କୁ କେନ୍ଦ୍ରାପଡା ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ମସô୍ୟଜୀବୀମାନଙ୍କର ଜାମିନୀ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି  ।