୧୪ତମ ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍ୟାପିତ
ଭୁବନେଶ୍ୱର : ଭୁବନେଶ୍ୱର ଉକôଳ କରାଟେ ସ୍କୁଲରେ ଓଡିଶା ରାଇଫଲ ସଂଘ ଆନୁକୂଲ୍ୟରେ ୧୪ତମ ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତା ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ପ୍ରଥମ ଦୁଇ ଦିନ କଳିଙ୍ଗ ଷ୍ଟାଡିଅମ ସ୍ଥିତ ୫୦ ମିଟର ବନ୍ଧୁକ ଚାଳନା ରେଞ୍ଜ ଓ ତୃତୀୟ ଓ ଚତୁର୍ଥ ଦିନ ଉକôଳ କରାଟେ ସ୍ଥିତ ୧୦ମିଟର ଏୟାର ରାଇଫଲ ଓ ପିସ୍ତଲ ଶୁଟିଂ ରେଞ୍ଜରେ ଅନୁଷ୍ଠିତ ହୋଇଥିଲା । ବନ୍ଧୁକ ଚାଳନାର ବିଭିନ୍ନ ବିଭାଗରେ ଯଥା ୫୦ ମିଟର ପ୍ରୋନେ ଓ ଥ୍ରୀ ପଜିଶନ,୨୫ ମିଟର ପିସ୍ତଲ, ୧୦ ମିଟର ଏୟାର ରାଇଫଲ ଓ ପିସ୍ତଲ ଉଭୟ ପୁରୁଷ ଓ ମହିଳା ବିଭାଗର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉସôବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତୀୟ ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂହଦେଓ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପଦକ ପ୍ରଦାନ କରିଥିଲେ । ଏହି ଉଦଯାପନୀ ଉସôବରେ ଓଡିଶା ରାଇଫଲ ସଂଘର ସଭାପତି ଡା. ଗୌରୀ ମହାନ୍ତି, ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଉପସଭାପତି ରୋମୀୟ କାନ୍ତ ନନ୍ଦ ଓ ଇଞ୍ଜିନିୟର ଚିତ୍ତରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ବଳଭଦ୍ର ଦାସ, ଯୁଗ୍ମ ସମ୍ପାଦକ ଆଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି ଉଦଯାପନୀ ଉସôବ ପରିଚାଳନା କରିଥିଲେ ।