୧୯୭୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

 ଦଶରଥପୁର :  ବିରିପଟା ଉଚ୍ଚ ବିଦ୍ୟାଳୟର ୧୯୭୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବନ୍ଧୁମିଳନ ଉତ୍ସବରେ ସେମାନଙ୍କ ସମୟର ଶିକ୍ଷକ ଯୋଗ ଦେଇ ନିଜ ନିଜର ସ୍ମୃତି ସାଉଣ୍ଟିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଶିଷ ବେହେରାଙ୍କ ସଭାପତିତ୍ୱ ଓ ପୁରାତନ ଛାତ୍ର ଅମୀୟ ଧଳଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ବନ୍ଧୁ ମିଳନରେ ପୂର୍ବତନ ଶିକ୍ଷକ ଦିନବନ୍ଧୁ ସାହୁ, ଶରତ ଚନ୍ଦ୍ର ନାୟକ, ପରମେଶ୍ୱର ସାହୁ, ସନ୍ୟାସୀ ନାଥ, ସୁରେନ୍ଦ୍ର ରାଉତ, ଗଙ୍ଗାଧର ରାଉତ ପ୍ରମୁଖଙ୍କ ସହ ବର୍ତ୍ତମାନ ଶିକ୍ଷକ ସତ୍ୟରଞ୍ଜନ ନାୟକ, ଧୀରେନ୍ଦ୍ର କୁମାର ବିନ୍ଧାଣି, ବୈଜୟନ୍ତି ସାମଲ ପ୍ରମୁଖ ଯୋଗ ଦେଇଥିଲେ । ସୁବାଷ ଚନ୍ଦ୍ର ପରିଡ଼ା ସ୍ୱାଗତ ଅଭିଭାଷଣ ଦେଇ ସମସ୍ତଙ୍କୁ ଅଭ୍ୟର୍ଥନା ଜଣାଇ ଥିବା ବେଳେ ପୂର୍ବତନ ଛାତ୍ର ମାନସ ରଞ୍ଜନ ରାଉତ, ବିବେକ ବେହେରା, ସ୍ୱପ୍ନାରାଣୀ ରାୟ, ସୁବଳ କୁମାର ନାୟକ, ଘନଶ୍ୟାମ ରାୟ, ଲଳିତ କୁମାର ଧଳ, ନୀଳମଣି ଦାସ, ଗଦାଧର ନାୟକଙ୍କ ସହ ୫୦ରୁ ଉର୍ଦ୍ଧ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପୁରାତନ ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ ପୂର୍ବତନ ଶିକ୍ଷକ ଓ ବର୍ତ୍ତମାନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ମଂଚରେ ନୃତ୍ୟ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯଇଥିଲା । ପ୍ରମୋଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।