ମାଲ୍ୟଗିରି ମହାବିଦ୍ୟାଳୟର ବାର୍ଷିକୋତ୍ସବ

 ପାଳଲହଡା: ପାଳଲହଡ଼ା ସଦର ମହକୁମା ସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶାନ୍ତ ମିଶ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଶାନ୍ତ କୁମାର ତାଉଡ଼ିଆ, ବରିଷ୍ଠ ଅଧ୍ୟାପକ କୈଳାସ ସାହୁ ଓ ମୁଖ୍ୟବକ୍ତା ଭାବରେ ଉକôଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇଥିଲେ । ମହାବିଦ୍ୟାଳୟର ରାସାୟନିକ ବିଭାଗ ଅଧ୍ୟାପିକା ପ୍ରିୟଦର୍ଶିନୀ ସୌମ୍ୟା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଲକ୍ଷହୀନ ଜୀବନ ସର୍ବଦା ଦୁଃଖ ଦାୟକ ହୋଇଥାଏ । ଛାତ୍ରୀମାନେ ସମୟକୁ ସଦୁପଯୋଗ କରିବା ସହିତ ଜ୍ଞାନକୁ ଲକ୍ଷସିଦ୍ଧ ହାସଲରେ ଚେଷ୍ଟା କରିବା ଦରକାର । ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ନିର୍ଣ୍ଣୟରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷା, କ୍ରୀଡା, ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।