୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ

ଭାରତର ବିଜୟ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ । ପ୍ରଥମ ମ୍ୟାଚରେ ଆମେରିକାକୁ ୱିକେଟରେ ହରାଇ ଭାରତ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଏହା ସହ ୬ଷ୍ଠ ଥର ଚାମ୍ପିଅନ ହେବ ଲକ୍ଷ୍ୟ ରଖିଛି ଭାରତ । ଜିମ୍ବାୱେର ବୁଲାୱାୟୋର କୁଇନ୍ସ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଆୟୁଷ ମାହାତ୍ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ହିଁ ଆମେରିକା ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୩୫.୨ ଓଭରରେ ସମସ୍ତ ୱିକେଟ ହରାଇ ୧୦୭ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ହେନିଲ ପଟେଲ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଆମେରିକା ପକ୍ଷରୁ ପକ୍ଷରୁ ନୀତେଶ ସୁଦିନ ସର୍ବାଧିକ ୩୬ ରନ କରିଥିଲେ । ଜବାବରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । 


   ଭାରତ ମାତ୍ର ୧୨ ରନରେ ଦୁର୍ଦ୍ଦଶ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ହରାଇଥିଲା । ପରେପରେ ବର୍ଷା ଯୋଗୁଁ ମ୍ୟାଚ ଅନେକ ସମୟ ସ୍ତଗିତ ରହିଥିଲା । ଫଳରେ ଡିଏଲ ମେଥଡ଼ରେ ଭାରତକୁ ୩୭ ଓଭରରେ ୯୬ ରନର ଟାର୍ଗେଟ ଦିଆଯାଇଥିଲା । ଭାରତ ୧୭.୨ ଓଭରରେ ୪ ଓିକେଟ ହରାଇ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ୱିକେଟ କିପର ଅଭିଜ୍ଞାନ କୁଣ୍ଡୁ ସର୍ବାଧିକ ୪୨ ରନ କରିଥିଲେ । ହେନିଲ ପଟେଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।