୨୦ରେ ଧର୍ମେନ୍ଦ୍ରଙ୍କ ଅନୁଗୁଳ ଜିଲ୍ଲା ଗସ୍ତ
ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବର ୧୯ ତାରିଖ ମଙ୍ଗଳବାର ରାତ୍ରିରେ ଅନୁଗୁଳ ନାଲକୋ ଠାରେ ପହଁଚିବେ ।
ନଭେମ୍ବର ୨୦ ତାରିଖ ବୁଧବାର ଦିନ ଅନୁଗୁଳ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିଦିନ ସକାଳେ ଅନୁଗୁଳ ଲକ୍ଷ୍ମୀ ବଜାର ସ୍ଥିତ ରାଣୀସତୀ ଦାଦୀ ମନ୍ଦିରରେ ଦର୍ଶନ କରିବା ପରେ ଅନୁଗୁଳ ସର୍କିଟ ହାଉସ ଠାରେ ଅନୁଗୁଳ ଡିଷ୍ଟ୍ରିକ ଡେଭଲପମେଣ୍ଟ ଆଣ୍ଡ ମନିଟରିଙ୍ଗ କମିଟି (ଦିଶା) ବୈଠକରେ ଯୋଗଦେବେ । ଅପରାହ୍ନରେ ଆରପିଡ଼ିଏସି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି ।