୨୦ ହଜାର ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ : ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ବର : ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ । ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଚାଲିଛି ପ୍ରଶ୍ନୋତ୍ତର । ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନ, ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ । ସେଥିରୁ ୭ ହଜାର ୩୮୯ ଅଙ୍ଗନଓ୍ବାଡି କେନ୍ଦ୍ରର ଗୃହ ନିର୍ମାଣାଧୀନ ଅଛି । ରାଜ୍ୟରେ ମୋଟ୍ ଅଙ୍ଗନଓ୍ବାଡି ସଂଖ୍ୟା ୭୪ ହଜାର ୨୨୪ । ସେଥି ମଧ୍ୟରୁ ୫୪ ହଜାର ୭୪ଟି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଗୃହ ଅଛି ।
ବିଧାନସଭାରେ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୪ ହଜାର ୫୭୪ ଅଙ୍ଗନଓ୍ବାଡି କେନ୍ଦ୍ର ସ୍କୁଲ ଘରେ ଚାଲୁଛି । ୧୦ ହଜାର ୪୬୯ ଅଙ୍ଗନଓ୍ବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲୁଛି । ୩ ହାଜର ୮୯୦ ଅଙ୍ଗନଓ୍ବାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି । ଖୁବ୍ଶୀଘ୍ର ସବୁ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଘର ରହିବ । ଯେଉଁଠି ସମସ୍ୟା ହେବ ସେହି ସ୍ଥାନରେ ଜାଗା କିଣି ଘର କରାଯିବ ।