ସୁଶାନ୍ତ ହେଲେ ଜେଲ୍ ଡିଜି 


ଭୁବନେଶ୍ୱର:  ରାଜ୍ୟ ସରକାର ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି  । ୧୯୯୩ ବ୍ୟାଚ୍ ଆଇପିଏସ ସୁଶାନ୍ତ କୁମାର ନାଥଙ୍କୁ ଜେଲ୍ ଡିଜି ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ୧୯୯୮ ବ୍ୟାଚ୍ ଆଇପିଏସ ଦୟାଲ ଗଙ୍ଗୱାରଙ୍କୁ କମୁ୍ୟନିକେସନର ଅତିରିକ୍ତ ଡିଜି ଦାୟିତ୍ୱ ପ୍ରଦାନ କରାଯାଇଛି  । ଅପରପକ୍ଷରେ ୨୦୦୦ ବ୍ୟାଚ୍ ଆଇପିଏସ ପ୍ରତୀକ ମହାନ୍ତିଙ୍କୁ ହେଡ଼କ୍ୱାର୍ଟର ଏଡ଼ିଜିପି ଭାବେ ନିଯୁକ୍ତି ମିଳିଛି  । ବରିଷ୍ଠ ଓପିଏସ ଅଧିକାରୀ ନାରାୟଣ ନାୟକଙ୍କୁ ସୁବର୍ଣ୍ଣପୁର ଏସପି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି  ।