୪୬ ତମ ଅଖିଳ ଭାରତ ବୃହତ୍ ବନ୍ଦର ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ଦିନ

ପାରାଦୀପ: ପାରାଦୀପ ବନ୍ଦର ପ୍ରାଧିକରଣ ଓ ଅଖିଳ ଭାରତ ବୃହତ୍ ବନ୍ଦର କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଆୟୋଜିତ  ୪୬ତମ ଅଖିଳ ଭାରତ ବୃହତ୍ ବନ୍ଦର ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ଦିନ ସକାଳେ ଖେଳା ଯାଉଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ବନ୍ଦର ବିଶାଖପାଟଣା ବନ୍ଦରକୁ ୫-୦ ଗୋଲରେ ପରାସ୍ତ କରିଥିବା ବେଳେ ଚେନ୍ନାଇ ବନ୍ଦର ଗୋଆ ବନ୍ଦରକୁ ୫-୦ ଗୋଲରେ ପରାସ୍ତ କରିଛି  । ଅପରାହ୍ନରେ ଖେଳା ଯାଇଥିବା ଦୁଇଟି ମ୍ୟାଚରେ ପାରାଦୀପ ବନ୍ଦର  କୋଚୀନ ବନ୍ଦରକୁ ୪-୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚରେ ଭିଓସି ବନ୍ଦର ଓ କଲିକତା ବନ୍ଦର ମଧ୍ୟରେ ଖେଳ ୧-୧ ଗୋଲରେ ଅମିମାଂସିତ ରହିଥିଲା  ।