୫୫୮ ନମ୍ବର ରଖି ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀଙ୍କ କୃତିତ୍ୱ 

 ବରୀ: ଶିଶୁମନ୍ଦିରର ଛାତ୍ରୀ ସୃତି ପ୍ରିୟଦର୍ଶନି ସାହାଣି ଚଳିତ ମାଟ୍ରିକ ପରୀକ୍ଷାରେ କବିରପୁର ସରସ୍ୱତୀ ଶିଶୁ ମନ୍ଦିରର ୫୫୮ ନମ୍ବର ରଖି ଯାଜପୁର ବ୍ଲକର ଦ୍ୱିତୀୟ ସ୍ଥାନରେ ପହଁଚିଛନ୍ତି । ତାଙ୍କର ଏହି ସଫଳତା ଲାଗି ତାଙ୍କର ବାପା ସମୀର କୁମାର ସାହାଣି ଓ ମାତା ପ୍ରିୟଦର୍ଶନୀ ସାହାଣି ଓ ଶିକ୍ଷକ ଅଶୋକ କୁମାର ରାଉତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପେରଣା ଯୋଗୁ ଏହି ସଫଳତା ପାଇଥିବା ପ୍ରକାଶ କରି ଭବିଷ୍ୟତରେ ସେ ଜଣେ ଡାକ୍ତର ହେଉ । ଲୋକମାନଙ୍କ ସେବା କରିବା ପାଇଁ ଆଶା ରଖିଥିବା ସେ ପ୍ରକାଶ କରିଛନ୍ତି ।