୭୬ କିଲୋ ଗଞ୍ଜେଇ ଜବତ; ୫ କୋର୍ଟ ଚାଲାଣ

୭୬ କିଲୋ ଗଞ୍ଜେଇ ଜବତ; ୫ କୋର୍ଟ ଚାଲାଣ

ବ୍ୟାସନଗର : ପାଣିକୋଇଲି ଅଞ୍ଚଳରୁ ୧୦ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଆଣି ପଶ୍ଚିମବଙ୍ଗକୁ ଟ୍ରେନ ଯୋଗେ ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ ଯାଜପୁର ରୋଡ଼ ପୁଲିସ ପ୍ରଥମେ ଦୁଇଜଣ ଏବଂ ପରେ ୩ଜଣଙ୍କୁ ମାଡ଼ିବସି ଗିରଫ କରିଛି । ଗିରଫ ସମସ୍ତ ୫ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ବେଳେ ପୁଲିସ ସେମାନଙ୍କ ଠାରୁ ୭୬ କେଜି ଗଞ୍ଜେଇ ଜବଦ କରିଛି । ଥାନା ମାମଲା ନଂ ୩୩/୨୬ରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ପଶ୍ଚିମବଙ୍ଗ ସାଉଥ ଚବିଶ ପ୍ରଙ୍ଗଣ ଜିଲା ନରେନ୍ଦ୍ରପୁର ଥାନା ଗରିଆ ଗ୍ରାମର ସୁମନ ମଣ୍ଡଳ (୨୫), ଚନ୍ଦନ ସରକାର(୩୦), ଗୋପାଳ ଦେବନାଥ(୨୫),ସ୍ୱପ୍ନ ନସକାର(୨୬), ସୁଜୟ ହାଲଦାର(୨୧)ରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି । ପୁଲିସ ଠାରୁ ମିଳିଥିବା ଖବର ମତେ ଅଭିଯୁକ୍ତ ପାଣିକୋଇଲି ଅଞ୍ଚଳରୁ ୩ଟି ବସ୍ତାରେ ୭୬.୭୦୦ କେଜି ଗଞ୍ଜେଇ ବୋଝେଇ କରି ଯାଜପୁର ରୋଡ଼ ଅଭିମୁଖେ ଆସିଥିଲେ । ଗଞ୍ଜେଇକୁ କୈାଣସି ଟ୍ରେନରେ ପଶ୍ଚିମବଙ୍ଗ ନେଇଯିବାକୁ ଯୋଜନା କରିଥିଲେ । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ ଷ୍ଟେସନ ବାହାରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଗଞ୍ଜେଇ ସହ ଦୁଇଜଣଙ୍କୁ କରାୟତ କରାଯାଇଥିଲା । ସେମାନଙ୍କୁ ପଚରା ଉଚରା ପରେ ଏଣେତେଣେ ବୁଲୁଥିବା ଅନ୍ୟ ୩ଜଣଙ୍କୁ ପୁଲିସ ଗିରଫ କରିଥିଲା । ମାଜିଷ୍ଟେଟଙ୍କ ଉପସ୍ଥିତିରେ ଜବଦ ଗଞ୍ଜେଇକୁ ଓଜନ କରାଯାଇଥିଲା । ପାଣିକୋଇଲିର କେଉଁ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଅଣାଯାଉଛି ତାହାର ଖୋଳତାଡ଼ ପୁଲିସ ଆରମ୍ଭକରିଥିବା ଥାନା ପକ୍ଷରୁ କୁହାଯାଇଛି ।