୧୮ କେନ୍ଦ୍ରରେ ୨୯୫୦ ପରୀକ୍ଷାର୍ଥୀ
ଧର୍ମଶାଳା: ଧର୍ମଶାଳା ବ୍ଲକ୍ରେ ଚଳିତଥର ୧୮ଗୋଟି ସ୍କୁଲକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତଥର ୨୯୫୦ ପରୀକ୍ଷାର୍ଥୀ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ଦେବାପାଇଁ ଆବେଦନ କରିଛନ୍ତି । ଏଥିମଧ୍ୟରୁ ୨୮୭୧ଜଣ ମାଟ୍ରିକ୍ ଓ ୭୯ଜଣ ମଧ୍ୟମା ଛାତ୍ରଛାତ୍ରୀ ଅଛନ୍ତି । ଏଥର ଧର୍ମଶାଳା ବାଣୀପୀଠ ପରୀକ୍ଷା କେନ୍ଦ୍ରରେ ୧୮୫ ଜଣ, ଜାରକା ହାଇସ୍କୁଲରେ ୧୫୧, କାଏମା ଲାଲବାହାଦୁର ହାଇସ୍କୁଲରେ ୧୬୯, ଆରୁହା ହାଇସ୍କୁଲରେ ୧୨୧, ମୁରାରିପୁର ଗୋପାଳଜିଉ ହାଇସ୍କୁଲରେ ୧୧୧, ମହିସରା ହିଙ୍ଗୁଳା ବିଦ୍ୟାପୀଠରେ ୧୮୦, ନହଙ୍ଗାପାଟଣା ୟୁଜିପିଏଲ୍ଏନ୍ ହାଇସ୍କୁଲରେ ୧୯୮, ମିର୍ଜାପୁର ଶ୍ୟାମସୁନ୍ଦର ହାଇସ୍କୁଲରେ ୧୯୪, ନେଉଳପୁର ନୀଳସୁନ୍ଦର ହାଇସ୍କୁଲରେ ୧୦୬, ଜେନାପୁର ହାଇସ୍କୁଲରେ ୧୯୪, କବାଟବନ୍ଧ ହାଇସ୍କୁଲରେ ୧୮୮, ବାଘୁଆ ବ୍ରାହ୍ମଣୀଦେବୀ ହାଇସ୍କୁଲରେ ୧୫୯, ବଳରାମପୁରଗଡ଼ ହାଇସ୍କୁଲରେ ୧୮୧, ରେଖିଦେଈପୁର ପଂଚାୟତ ହାଇସ୍କୁଲରେ ୧୪୨, ବାଟିଯୋଡ଼ା ସ୍ୱପ୍ନେଶ୍ୱର ନୋଡ଼ାଲ ହାଇସ୍କୁଲରେ ୧୫୪, କୋତପୁର ଜାଗୁଳାଇ ସରକାରୀ ହାଇସ୍କୁଲରେ ୧୫୯ ମାଟ୍ରିକ୍ ଓ ୧୭ଜଣ ମଧ୍ୟମା, ଅଂଟିଆ ପଂଚାୟତ ହିଙ୍ଗୁଳା ବିଦ୍ୟାପୀଠରେ୧୬୬ ମାଟ୍ରିକ୍ ଓ ୩୪ଜଣ ମଧ୍ୟମା ଏବଂ ମଧୁପୁରଗଡ଼ ହାଇସ୍କୁଲରେ ୧୧୩ ମାଟ୍ରିକ୍ ଓ ୨୮ଜଣ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ଦିଆଯାଇଛି । ସବୁଥର ପରି ଏଥର ମଧ୍ୟ ଧର୍ମଶାଳା ବାଣୀପୀଠକୁ ନୋଡ଼ାଲ ସେଣ୍ଟର ଭାବରେ ଚୟନ କରାଯାଇଛି ।