ୱାନ ନେସନ, ୱାନ ପୁଲିସ ୟୁନିଫର୍ମ

ୱାନ ନେସନ, ୱାନ ପୁଲିସ ୟୁନିଫର୍ମ

୪ ସୁଦ୍ଧା ତଥ୍ୟ ମାଗିଲା କେନ୍ଦ୍ର

  ଭୁବନେଶ୍ୱର : ସବୁ ରାଜ୍ୟର ପୁଲିସଙ୍କର ଗୋଟିଏ ୟୁନିଫର୍ମ ହେବ । ଏନେଇ କେନ୍ଦ୍ର ସରକାର ଯୋଜନା କରିଥିବାବେଳେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ, କେରଳ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ୧୬ ରାଜ୍ୟକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯାଇଛି । ଏନେଇ ସବିଶେଷ ତଥ୍ୟ ନଭେମ୍ବର ୪ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କନଷ୍ଟେବଳଙ୍କ ଠାରୁ ନେଇ ଡିଏସପି ର‍୍ୟାଙ୍କର କେତେ ଅଧିକାରୀ ଅଛନ୍ତି ସେନେଇ ତଥ୍ୟ ଲୋଡ଼ାଯାଇଛି । ସେହିପରି ୟୁନିଫର୍ମ ପାଇଁ କେତେ ଭତ୍ତା ପ୍ରଦାନ କରାଯାଉଛି, ୟୁନିଫର୍ମର ଦାମ୍‌ କେତେ ରହିବ ଆଦି ସଂକ୍ରାନ୍ତୀୟ ତଥ୍ୟ ବି ତଲବ କରାଯାଇଛି । କେନ୍ଦ୍ରର ଚିଠି ମିଳିବା ପରେ ପୁଲିସ ଡିଜିପି କଂଟ୍ରୋଲ ରୁମ୍‌ ପକ୍ଷରୁ ତଥ୍ୟ ପ୍ରଦାନ ପାଇଁ ପୁଲିସ୍‌ ମୁଖ୍ୟାଳୟକୁ କୁହାଯାଇଛି । ଅପରପକ୍ଷରେ ୟୁନିଫର୍ମ ବଦଳିଲେବି ପୁଲିସମାନେ ସେମାନଙ୍କ ରାଜ୍ୟର ସଂକେତ ବ୍ୟବହାର କରିବେ । ୨୦୨୨ରେ ପ୍ରଧାନମନ୍ତ୍ରୀ ଏନେଇ ପ୍ରସ୍ତାବ ଦେଇଥିଲେ । ୨୦୨୩ରେ କେନ୍ଦ୍ର ସରକାର ଏସଂକ୍ରାନ୍ତରେ ରାଜ୍ୟର ମତାମତ ଲୋଡ଼ିଥିଲେ  ।