ୱି ପକ୍ଷରୁ ୨ଜି ଗ୍ରାହକଙ୍କ ପାଇଁ ୨୪ ଦିନର ବୈଧତା
ଭୁବନେଶ୍ୱର : ଭାରତର ଅଗ୍ରଣୀ ଟେଲିକମ୍ ଅପରେଟର ୱି ପକ୍ଷରୁ ଏହାର ୨ଜି ହ୍ୟାଣ୍ଡ୍ସେଟ୍ ଗ୍ରାହକ ମାନଙ୍କ ଲାଗି ୱି ଗ୍ୟାରେଂଟି କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଗ୍ରାହକମାନଙ୍କୁ ୧୨ ମାସ ମଧ୍ୟରେ ୨୪ ଦିନର ଅତିରିକ୍ତ ବୈଧତା ମିଳିବ । ୧୯୯ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ରତି ଅସୀମିତ ଭଏସ୍ ରିଚାର୍ଜ ସହିତ ୨ ଦିନର ଅତିରିକ୍ତ ବୈଧତା ମିଳିବ । ୱି ଗ୍ୟାରେଂଟି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି କେବଳ ଭଏସ୍ ସେବା ବ୍ୟବହାର କରୁଥିବା କିମ୍ବା କମ୍ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକ ମାନେ ସାମ୍ନା କରୁଥିବା ଆହ୍ୱାନର ସମାଧାନ କରିବା, ଯେଉଁଥିରେ ସେମାନଙ୍କୁ ବୈଧତା ପାଇଁ ଗୋଟିଏ ମାସ ଭିତରେ ଦୁଇ ଥର ରିଚାର୍ଜ କରିବାକୁ ପଡ଼ିଥାଏ । ସାଧାରଣତଃ ୨୮ ଦିନିଆ ପ୍ୟାକ୍ରେ ଗ୍ରାହକ ମାନଙ୍କୁ ଗୋଟିଏ ମାସରେ ଦୁଇ ଥର ରିଚାର୍ଜ କରିବାକୁ ପଡ଼େ କିମ୍ବା ସେମାନେ ସେବାରେ ବିଭ୍ରାଟ ସାମ୍ନା କରିଥାନ୍ତି । ୱିଗ୍ୟାରେଂଟି ସହିତ ଗ୍ରାହକ ମାନେ ସାଧାରଣତଃ ୨୮ ଦିନିଆ ବଦଳରେ ଏବେ ୩୦ ଦିନିଆ ସେବା ବୈଧତା ପାଇପାରିବେ, ଯାହା ଗ୍ରାହକ ମାନଙ୍କୁ ମାସରେ ଗୋଟିଏ ରିଚାର୍ଜ କରିବାକୁ ସକ୍ଷମକରିବ । ୨୮ ଦିନରୁ ଅଧିକ ଦିନର ବୈଧତା ଥିବା ପ୍ଲାନ୍ ରିଚାର୍ଜ କରିବା ବେଳେ ମଧ୍ୟ ଅତିରିକ୍ତ ଦୁଇ ଦିନର ବୈଧତା ରିଚାର୍ଜ ଚକ୍ରରେ ଥିବା ଅନ୍ତର ଦୂରକରିବାରେ ସହାୟକ ହେବା ସହ ଶ୍ରେଷ୍ଠ ସୁବିଧା ଓ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିପାରିବ । ୱିଗ୍ୟାରେଂଟି କାର୍ଯ୍ୟକ୍ରମର ଲାଭ କେବଳ ସେହି ପ୍ରିପେଡ୍ ଗ୍ରାହକ ମାନଙ୍କୁ ମିଳିବ ଯେଉଁମାନେ ୨ଜି ହାଣ୍ଡସେଟ୍ ବ୍ୟବହାର କରୁଛନ୍ତି ଏବଂ ୧୯୯ ଟଙ୍କା କିମ୍ବା ତା’ଠାରୁ ଅଧିକମୂଲ୍ୟର ଅସୀମିତ ଭଏସ୍ ପ୍ୟାକ୍ ରିଚାର୍ଜକରୁଛନ୍ତି । ୧୯୯ ଟଙ୍କିଆ ପ୍ୟାକ୍ରେ ଅସୀମିତ କଲ୍, ୩ ଜିବିଡାଟା ଓ ୩୦୦ ଏସ୍ଏମ୍ଏସ୍ ମିଳୁଥିବାବେଳେ ୨୦୯ ଟଙ୍କିଆ ପ୍ୟାକ୍ରେ ଅସୀମିତକଲ୍, ୩ ଜିବିଡାଟା, ୩୦୦ ଏସ୍ଏମ୍ଏସ୍ ଓ କଲର୍ଟୁ୍ୟନ୍ ସୁବିଧା ମିଳୁଛି । ଉଭୟ ପ୍ୟାକ୍ରେ ୨ ଦିନର ଅତିରିକ୍ତ ବୈଧତାମିଳିବ । ଗତବର୍ଷ ୪ଜି ଓ ୫ଜି ଗ୍ରାହକ ମାନଙ୍କ ଲାଗି ୱିଗ୍ୟାରେଂଟି ପ୍ରୋଗ୍ରାମ ଆରମ୍ଭ କରଯାଇଥିଲା ଯେଉଁଥିରେ ଏକ ବର୍ଷ ମଧ୍ୟରେ ଅତିରିକ୍ତମୋଟ ୧୩୦ ଜିବିଡାଟାର ଗ୍ୟାରେଂଟି ଦିଆଯାଉଛି । ୧୩ଟି କିସ୍ତିରେ ୨୮ ଦିନର ବ୍ୟବଧାନ ପରେ ୧୦ ଜିବି ଲେଖାଏଁ ଡାଟା ଯୋଡ଼ାଯାଉଛି । ଏହିସୁବିଧା କେବଳ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜରେ ଉପଲବ୍ଧ ହୋଇଛି । ଗ୍ରାହକମାନେ ଷ୍ଟାର୍ ୯୯୯ ହାଚ୍କୁ ମେସେଜ୍କରି କିମ୍ବା ୧୨୧୨କୁ କଲ୍କରି ୱିଗ୍ୟାରେଂଟି- ଅତିରିକ୍ତ ବୈଧତାର ଲାଭ ନେଇପାରିବେ । ଏହିସୁବିଧା ୱି ଆପ୍ରେ ଉପଲବ୍ଧ ରହିଛି ।