ୱେବ ସାଇଟରେ ଭୁଲ୍ ତଥ୍ୟ ପ୍ରଦାନ 

 ଧର୍ମଶାଳା : ଧର୍ମଶାଳା ବ୍ଲକ୍ ପକ୍ଷରୁ ଯୋଗା ଯାଉଥିବା ବର୍ଷା ପରିମାଣର ଭୁଲ ତଥ୍ୟ ଦିଆଯାଉଛି । କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ଦିଆଯାଉଥିଲା ଭୁଲ ତଥ୍ୟ । ପୁର୍ବରୁ ବର୍ଷା ପରିମାଣର ଭୁଲ ତଥ୍ୟ ଦିଆଯାଉଥିବା ବେଳେ, ଏବେ ମଧ୍ୟ ବ୍ଲକ୍ ପକ୍ଷରୁ ଭୁଲ୍ ତଥ୍ୟ ପ୍ରଦାନ କରାଯାଉଥିବା ଜିଲା ରିପୋର୍ଟରୁ ଜଣାପଡିଛି । ଗତ ୨ଦିନ ହେଲା ଧର୍ମଶାଳା ଅଂଚଳରେ୧୦ରୁ ୧୫ ମିଲିମିଟର ଯାଏଁ ବର୍ଷା ହୋଇଥିବା ବେଳେ ଜିଲା ୱେବସାଇଟ ଟେବୁଲରେ ଏଠାରେ ବିନ୍ଦୁଏ ବର୍ଷା ହୋଇ ନଥିବା ଜିଲାକୁ ରିପୋର୍ଟ ପ୍ରଦାନ କରାଯାଇଛି । ଦାୟିତ୍ୱରେ ଥିବା ଠକ କର୍ମଚାରୀଙ୍କ ଦାୟିତ୍ୱହିନତା ଯୋଗୁ ଏଭଳି ବାରମ୍ବାର ଭୁଲ୍ ରିପୋର୍ଟ ପ୍ରଦାନ କରାଯାଉଛି । ଲୋକମାନଙ୍କୁ ଭ୍ରମିତ ନକରି ବର୍ଷା ପରିମାଣ ସଠିକ ଭାବେ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେବାକୁ ଦାବି ହୋଇଛି । ଏନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତାଗିତ କରାଯିବ ବୋଲି ଧର୍ମଶାଳା ବିଡିଓ ଜ୍ୟୋତିମୟ କର ସୂଚନ ଦେଇଛନ୍ତି ।