‘ପ୍ରାଚୀନ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ହେଉ’
ଯାଜପୁର : ବିଶ୍ୱ ବୌଦ୍ଧିକ ସମ୍ପତି ଦିବସ ଅବସରରେ ଅଖିଳଚକ୍ର ପକ୍ଷରୁ ସୟଦପୁର କାର୍ଯ୍ୟାଳୟରେ ଆଲୋଚନା ହୋଇଯାଇଛି । ସମ୍ପାଦକ ହରେକୃଷ୍ଣ ପଣ୍ଡା ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଦେଶର ବା ସମାଜରେ ମୈ÷ାଳିକ ସମ୍ପଦ ହେଉଛି ବୈଦ୍ଧିକ ସମ୍ପଦ । ତାର ସୁରକ୍ଷା କରା ନଗଲେ ଭବିଷ୍ୟତ ଶିକ୍ଷିତ ପିଢୀ ଅଜ୍ଞତା ଭିତରେ ରହିଯିବେ । ଏଥିପାଇଁ ସେ ସାରସ୍ୱତ ବର୍ଗଙ୍କୁ ଆହ୍ୱାନ ଦେଇ କହିଥିଲେ କି ଆସନ୍ତୁ ଆମେ ପ୍ରତି ବ୍ଲକ ସ୍ତରରେ ମୋ-ପାଠାଗାର ଜରିଆରେ ଗୋଟିଏ ଗୋଟିଏ ବୌଦ୍ଧିକ ବ୍ୟାଙ୍କ ଗଠନ କରିବା । ସମଗ୍ର ଯାଜପୁର ଜିଲାକୁ ଦୃଷ୍ଟି ଦେଲେ ଇହଧାମ ତ୍ୟାଗ କରିଥିବା ତଥା ବର୍ତ୍ତମାନର ବୌଦ୍ଧିକ ତଥା ସାରସ୍ୱତ ସ୍ରଷ୍ଟା ସ୍ୱର୍ଗତଃ ଡ.ଏକାଦଶୀ ପାଢୀ, ଆଉଁରୀର ସ୍ୱର୍ଗତଃ ଭାଗବତ ପ୍ରାସାଦ ମହାନ୍ତି, ଦତପୁରର ସ୍ୱର୍ଗତଃ ଦଶରଥ ସାମଲ, ଯାଜପୁରର ସ୍ୱର୍ଗତଃ କବିମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ, ଧର୍ମଶାଳା ବ୍ଲକର ନୀଳକଣ୍ଠପୁରର ସ୍ୱର୍ଗତଃ ଗାୟକ ସୁଧାକର ଚନ୍ଦ୍ର ପରମାନନ୍ଦ ଶରଣ, ସ୍ୱର୍ଗତଃ ଉକôଳପ୍ରାଣ ବ୍ରଜସୁନ୍ଦର ଦାସ,ବରହଟାର ସ୍ୱର୍ଗତଃ ଚନ୍ଦ୍ରମଣୀ ପଣ୍ଡା,କୋରେଇର ସୂର୍ଯ୍ୟମଣୀ ଖୁଣ୍ଟିଆ, ଜାରକାର ରମାକାନ୍ତ ଜେନା, ଦଶରଥପୁରର ରାମଚନ୍ଦ୍ର ଦାଶ, ଯାଜପୁରର ପ୍ରଫେସର ରାଧାରମଣ ଦାସ, ଯାଜପୁରର ପଣ୍ଡିତ ଭୁପତି ଭୂଷଣ ମିଶ୍ର, ଯାଜପୁରର ଡ.ଜ୍ଞାନରଞ୍ଜନ ପତି, ଯାଜପୁରର ସ୍ୱର୍ଗତ ଗିରିଜା ପ୍ରସାଦ ବସୁ, ଜାରକାର ସ୍ୱର୍ଗତ ବୈ÷କୁଣ୍ଠନାଥ ରଥ, ବିଞ୍ଝାରପୁରର ଇଂ ଯଦୁନନ୍ଦନ ସାମଲ, ନାଗପୁରାର ଡ.ଐସୁନି କୁମାର ରାୟ, ପ୍ରୀତିପୁରର ସାରଙ୍ଗଧର ଭୂୟାଁ, ରାମବାଗର ସ୍ୱର୍ଗତ ଦେବେନ୍ଦ୍ର ସିଂହ, ଦେବୀଦ୍ୱାରର ସ୍ୱର୍ଗତ ଡ.ଶ୍ୟାମାଚରଣ ଦାଶ, ମଙ୍ଗଳପୁରର ଡ.ବିଜୟ କୁମାର ସାମଲ,ଚଣ୍ଡୀଖୋଲର ଡ.ପ୍ରୀୟନାଥ ମହାପାତ୍ର, ସାନସୁଆରର ଲେଖକ ସ୍ୱର୍ଗତ ଗିରିଧାରୀ ସ୍ୱାଇଁ, ରାମଚନ୍ଦ୍ର କର, ମାର୍କଣ୍ଡପୁରର ସ୍ୱର୍ଗତ ମହାରାଜ ହରେକୃଷ୍ଣ ଦାସ, ଯାଜପୁରର ସାମ୍ବାଦିକ ଆନନ୍ଦଚନ୍ଦ୍ର ସାହୁ, ନାରାୟଣ ସାମନ୍ତ, ବ୍ୟାସନଗରର ନନ୍ଦ ମହାନ୍ତି, ହରିପୁରର ନୃସିଂହ ଚରଣ ସାହୁ, ଦଶରଥପୁରର ଦେବେନ୍ଦ୍ର ଲାଲ ସାହୁ, ବିରଜାପୁରର ନିର୍ମଳା ମିଶ୍ର, ନାଟ୍ୟକାର ସ୍ୱର୍ଗତ ଅନନ୍ତ ଚରଣ ଓଝା, ଜାରକାର ବିଜୟ ଶତପଥୀ, ବ୍ୟାସନଗରର ନାରାୟଣ ଚନ୍ଦ୍ର ରାଉତରାୟ ଜହଳରର ସ୍ୱର୍ଗତଃ ପଣ୍ଡିତ ନୀଳମଣୀ ମିଶ୍ର ଏହିଭଳି ଆଉରୀ ଅନେକ ଗବେଷକ ତଥା ସ୍ରଷ୍ଟା ମାନଙ୍କ ପାଖରେ ସାରସ୍ୱତ ସୃଷ୍ଟିର ତଥ୍ୟ, ନକଲ, ପେଟେଣ୍ଟ, କପିରାଇଟ, ଡିଜାଇନ ଭଳି ବହୁ ବୈ÷ାଦ୍ଧିକ ସମ୍ପତି ଥିବା ଅଖିଳଚକ୍ର ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି । ଏହିଭଳି ଶତାଧିକ ସ୍ରଷ୍ଟାଙ୍କ ଘରେଥିବା ଏହିବୈ÷ାଦ୍ଧିକ ସମ୍ପତିକୁ ନେଇ ବ୍ଲକ ସ୍ତରରେ କିମ୍ବା ସେମାଙ୍କ ନିଜସ୍ୱ ଘରେ ସଂରକ୍ଷଣ କରାଯିବାକୁ ଅଖିଳଚକ୍ର ପକ୍ଷରୁ ଉଦ୍ୟମ ହେଉଥିବା ବେଳେ ବ୍ଲକ ସ୍ତରରେ ବିଭିନ୍ନ ସଂଗଠନ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ଆଜିର ବିଶ୍ୱ ବୌଦ୍ଧିକ ସମ୍ପତି ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଅନୁଷ୍ଠାନର ସଭାପତି ତଥା ବିଶିଷ୍ଠ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର ଏହି ଅବସରରେ କହିଛନ୍ତି ଯେ ବାସ୍ତବରେ ଯାଜପୁରର ପ୍ରାଚୀନ ବୌଦ୍ଧିକ ସମ୍ପତି ହେଉଛି ଶୈ÷ବ୍ୟ, ଶାକ୍ତପୀଠ ଓ ବୌଦ୍ଧ ଧର୍ମ, ଶିକ୍ଷା, ଲିପି, ପ୍ରନôତତ୍ୱ ଓ ଯାଜପୁରର ନିଜସ୍ୱ ପ୍ରାଚୀନ ଭାଷା । ଏହାର ସୁରକ୍ଷା କରାଯାଇପାରିଲେ ଏହି ଜିଲାଟି ରାଜ୍ୟ ସ୍ତରରେ ବୈ÷ାଦ୍ଧିକ ସ୍ତରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବ ।