ଜଗା ଦର୍ଶନ କରିବାକୁ ଆସି ଜେଟିପିଙ୍କ ମୁଣ୍ଡ ଫଟାଇ ଦେଲେ ପର୍ଯ୍ୟଟକ

ଜଗା ଦର୍ଶନ କରିବାକୁ ଆସି ଜେଟିପିଙ୍କ ମୁଣ୍ଡ ଫଟାଇ ଦେଲେ ପର୍ଯ୍ୟଟକ

ଶ୍ରୀମନ୍ଦିରର ଜଣେ ଜେଟିପିଙ୍କୁ ବଙ୍ଗୀୟ ପର୍ଯ୍ୟଟକ ପିଟି କ୍ଷତାକ୍ତ କରିଛନ୍ତି । ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।  ଜେଟିପି ଗୁପ୍ତେଶ୍ୱର ରାଉତଙ୍କ ମୁଣ୍ଡ ଫାଟିଯିବାରୁ ସେ ଆହତ ହୋଇପଡିଛନ୍ତି  । ସିଂହଦ୍ୱାର ଥାନାରେ ଜେଟିପି ଓ ବଙ୍ଗୀୟ ପର୍ଯ୍ୟଟକ ଏତଲା ଦେଇଛନ୍ତି । ଖାଲି ସେତିକି ନୁହେଁ ଜେଟିପି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ପର୍ଯ୍ୟଟକ ।