ଆଜି ନିଖିଳ ଓଡ଼ିିଶା ଆଶାକର୍ମୀ ସଂଘର ରାଜ୍ୟ ସମ୍ମିଳନୀ

 ବଲାଙ୍ଗୀର: ଆସନ୍ତା ଜାନୁୟାରୀ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏଆଇଟିୟୁସି ପରି·ଳିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର କଲେଜ ଛକ ନିକଟସ୍ଥ ମୁ୍ୟନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ସମ୍ମିଳନୀରେ ସମଗ୍ର ରାଜ୍ୟର ସର୍ବବୃହତମ୍ ଅର୍ଥାତ୍ ୨୦ହଜାରରୁ ଊଦ୍ଧ୍ୱର୍ ସଭ୍ୟଙ୍କ ନେତୃତ୍ୱ ନେଉଥିବା ୫୦୦ ପ୍ରତିନିଧି ଉକ୍ତ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ପ୍ରଥମ ଦିନ ଅର୍ଥାତ୍ ୧୧ ତାରିଖ ଦିନ ଆଶା କର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରା କୋସଳ କଳାମଣ୍ଡଳ ପଡିଆରୁ ବାହାରି ରାଜେନ୍ଦ୍ର କଲେଜ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଉକ୍ତ ଉଦ୍ଘାଟନୀ ସମାରୋହରେ ଏଆଇଟିୟୁସି ଓ ଆଶା ଫେଡେରେସନର ରାଜ୍ୟ, କେନ୍ଦ୍ର ନେତୃ ମଣ୍ଡଳି ଓ ବିଭାଗୀୟ ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକଙ୍କୁ ଯୋଗ ଦେବାକୁ ନିମନ୍ତ୍ରିତ  କରାଯାଇଛି । ସମ୍ମିଳନୀର ସଫଳତା ପାଇଁ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇ ବଲାଙ୍ଗିର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା, କାର୍ଯ୍ୟକାରୀ ଅଧ୍ୟକ୍ଷ ତୀର୍ଥ ପ୍ରଧାନ, ସାଧାରଣ ସଂପାଦକ ଓମି ଗୁପ୍ତା, କୋଷାଧ୍ୟକ୍ଷା ଜୁଲି କେନେଡି, ସଂଯୁ ବାଗ, ପ୍ରଭାସିନି ରାୟ, ଦମୟନ୍ତି ମହାନନ୍ଦ, ସରସ୍ୱତୀ ଶର୍ମା, ପୁଷ୍ପଲତା ଧିର, ମୀନାକ୍ଷୀ ଜେନା, ବାସନ୍ତି ସେଠ, ମମତା କଚ୍ଛପ, ଶୋଭାଗିନୀ ବାଗ, ମାଧବି ବେହେରା, ହରିପ୍ରୀୟା କୁମ୍ଭାର, ଉଜୁଲି ମେହେର, ଲଳିତ ବାଗ, ଆନନ୍ଦିନୀ ବିଶ୍ୱାଲ, ଉର୍ବସି ମେହେର, ଶୋଭାବତି ଲିଟି, ଜ୍ୟୋସ୍ନାରାଣୀ ଷଡଙ୍ଗି, ପୂର୍ଣ୍ଣିମା ହରପାଲ, ମଦନା ନାଏକ, ଯଶୋବନ୍ତି ମେହେର, ବନିତା ପୁଟେଲ, ସଂଯୁକ୍ତ ରାୟ, କୁମୁଦିନି ସାହୁ, କଲ୍ୟାଣି ସାହୁ,  କୁମୁଦିନି ବାଗ, ଅହଲ୍ୟା ନାଗ, ବୃନ୍ଦାବତି ସରାଫ, ଡାଲିମ୍ବ ସାହୁ, ଉପଦେଷ୍ଟା ସାଏବୁ ନନ୍ଦ, ଦିଲିପ ଭୋଇ, ଦେବାଶିଷ ବାବୁ, ଜଗବନ୍ଧୁ ବେହେରା, ପ୍ରବୀର କମ୍ପ, ଖାରୁଆ ମଲ୍ଲିକ, ପୁରୁଷୋତ୍ତମ କର୍ମୀ ପ୍ରମୁଖ ଙ୍କୁ ନେଇ ଅଭ୍ୟର୍ଥନା କମିଟି ଗଠନ କରାଯାଇଛି । ଉକ୍ତ ସମ୍ମିଳନୀରେ ଆଶା କର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସେଗୁଡିକର ସମାଧାନ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।