ଫେରାର ଅଭିଯୁକ୍ତ ଗିରଫ

ବାଲିଚନ୍ଦ୍ରପୁର:  ଡ଼କାୟତି ଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ଅଭିଯୁକ୍ତ ମାହାଙ୍ଗା ଥାନା ଅନ୍ତର୍ଗତ ନଡିଆ ସାହାସପୁର ଗ୍ରାମର ସନ୍ତୋଷ କୁମାର ବେହେରା ଓରଫ କୁନା ହୋଇଥିବା ବେଳେ ପୁଲିସ ତାକୁ ଗଲଶକାଲି ଜଗତପୁର ଥାନା ଅଂଚଳରୁ ଚଢାଉ କରି ଗିରଫ  କରିଥିଲା । କୁନା ମାହାଙ୍ଗା, ବଡଚଣା, ବାଲିଚନ୍ଦ୍ରପୁର, ଜଗତପୁର ଥାନା ଅଂଚଳର ବହୁ ଚୋରି ଡକାୟତିରେ ସଂପୃକ୍ତ ଥିବା କଥା ଥାନା ଅଧିକାରୀ ସମରଜିତ ନାୟକ ସୂଚନା ଦେଇଛନ୍ତି । ଖବର ଥାଉକି ଗତ ମାସରେ ଏକ ଡକାୟତ ଦଳ  ଡକାୟତି ପାଇଁ ମସୁଧା ଚଲାଇଥିବା ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଚଢାଉ କରି ଏକାଧିକଙ୍କୁ ଗିରଫ କରିଥିଲା ।