ବିନା ଫଳକରେ ଚାଲିଛି ୪ କୋଟିର ରାସ୍ତା
ାା ପ୍ରଭାନୁ୍ୟଜ ।ା ସୁଂହପୁର: ଅବଧି ସରିଲାଣି । ହେଲେ ରାସ୍ତା ଅଧୁରା ହୋଇପଡ଼ିଛି । ବିଭାଗୀୟ ଯନ୍ତ୍ରୀ କହୁଛନ୍ତି ବର୍ଷା ଯୋଗୁ କାର୍ଯ୍ୟ ବନ୍ଦ ରହିଛି । ବର୍ଷାଋତୁର ସଫେଇ ଦେଇ ଯନ୍ତ୍ରୀ ନିଜକୁ କି ଠିକାଦାରଙ୍କୁ ସୁରକ୍ଷା ଦେଉଛନ୍ତି, ତାହାତ ଅନୁଧ୍ୟାନର ବିଷୟ କିନ୍ତୁ ୪କୋଟିର କାର୍ଯ୍ୟ ଚାଲୁଥିବା ବେଳେ ଫଳକ କେଉଁଠି ଦେଖିବାକୁ ମିଳିନି । କୈାଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଇବା ଦରକାର । ଯେତେ ବଡ଼ ଠିକାଦାର ହେଲେ ମଧ୍ୟ ତାଙ୍କୁ ଏକ୍ଷେତ୍ରରେ ଛୁଟ ମିଳେନି । ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ମଙ୍ଗଳପୁର ଉପଖଣ୍ଡ ତରଫରୁ ଯାଜପୁର ସଦର ମହକୁମାକୁ ସହଜ ଓ ଅଳ୍ପ ରାସ୍ତାରେ ଯିବା ପାଇଁ ବିଞ୍ଝାରପୁର ଅଞ୍ଚଳର ଅଳକୁଣ୍ଡ, ବୁଲେଇପୁର, ଡ଼ିଆଟିକିରି, ଶାସନପଡା, ଉଡରଙ୍ଗ, ଅଜିପୁର,ସାଇଁକୁଳ ଓ ବଡଶିଙ୍ଗାର ଜନସାଧାରଣଙ୍କ ପାଇଁ ନିର୍ମାଣଧିନ ରାସ୍ତା କାର୍ଯ୍ୟରେ ଫଳକର ଦେଖାନାହିଁ । ୪ କୋଟି ୧୭ ଲକ୍ଷ ୮୪ ହଜାର ଟଙ୍କା ବ୍ୟୟ ବ୍ୟୟ ଅଟକଳର ଏହି ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ବେଫିକର ଠିକାଦାର ସୂଚନା ଫଳକ ଲଗାଇବାକୁ ନାଁ ଗନ୍ଧ ଧରୁ ନାହାନ୍ତି । ବିଭାଗୀୟ ଯନ୍ତ୍ରୀ ଫଳକ ଲଗାଇବା ଦିଗରେ ଠିକାଦାରଙ୍କୁ ତାଗିଦା କରିବା ବଦଳରେ ନିରବ ବସିଛନ୍ତି । ଯାହା ଫଳରେ ସାଧାରଣ ଜନତା ରାସ୍ତା ସଂପର୍କରେ କିଛିବି ଜାଣିପାରୁନି । ସୂଚନା ଥାଉକି ତା୨୭ା୧୨ା୨୦୨୩ରିଖରେ ଏହି ରାସ୍ତା ଆରମ୍ଭ ହୋଇ ତା୨୬ା୪ା୨୦୨୪ରିଖ ଅର୍ଥାତ ବର୍ଷାଋତୁ ପୂର୍ବରୁ ସମାପ୍ତ କରିବା ପାଇଁ ଧାର୍ଯ୍ୟଥିଲା । ଯାହା ଅଦ୍ୟାବଧି ସମ୍ପୂର୍ଣ ହୋଇ ପାରିଲା ନାହିଁ । ବର୍ଷାଋତୁ ପାଇଁ କାର୍ଯ୍ୟ ବନ୍ଦ ଥିବା ନେଇ ମଙ୍ଗଳପୁର ଉପଖଣ୍ଡର କନିଷ୍ଠଯନ୍ତ୍ରୀ ଅଶୋକ କୁମାର ଜେନା ସୂଚନା ଦେଇଛନ୍ତି । ତେବେ ଉକ୍ତ ଅଧପନ୍ତରିଆ ରାସ୍ତାରେ ସାଧାରଣ ଲୋକ ଯାତାୟାତ ସମୟରେ ଅନେକ ସମସ୍ୟା ଭୋଗୁଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି କେବେ ଦୃଷ୍ଟି ଦେଉଛନ୍ତି, ତାହା ଦେଖିବାର ଅଛି ।