ଛାତ୍ରୀଙ୍କୁ ମାଡ ମାରି, ଶିକ୍ଷକ ନିଲମ୍ବିତ
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରାଞ୍ଚଳସ୍ଥିତ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳର ଜଣେ ୭ ମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ରବିନାରାୟଣ ଗୋଛୀ ଗତ ୧୮ ତାରିଖରେ ଶ୍ରେଣୀ ଗୃହରେ ପାଠ ପଢାଉଥିବା ବେଳେ ମାଡ ମାରିଥିଲେ । ଫଳରେ ଛାତ୍ରୀ ଜଣକ ସଂଜ୍ଞାହୀନ ହୋଇ ପଡିଥିଲେ । ଛାତ୍ରୀଙ୍କ ପରିବାରବର୍ଗ ଘଟଣା ସଂର୍ପକରେ ଅବଗତ ହେବା ପରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ସଂର୍ପକରେ ନୟାଗଡ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀ ଓ ଚାଇଲଡ ଲାଇନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନୟାଗଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶକ୍ରମେ ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କରଙ୍କ ସମେତ ଚାଇଲଡ ଲାଇନ କର୍ତ୍ତୃପକ୍ଷ ଉକ୍ତ ବିଦ୍ୟାଳୟଳରେ ପହଞ୍ଚି ଘଟଣା ସଂର୍ପକରେ ଖୋଳତାଡ କରିବା ସହ ବିଦ୍ୟାଳୟ କର୍ତୃପକ୍ଷ ଓ ଛାତ୍ରଛାତ୍ରୀମାନଙ୍କୁ ଘଟଣା ସଂର୍ପକରେ ପଚାରି ବୁଝିଥିଲେ । ଛାତ୍ରୀଙ୍କ ପରିବାରବର୍ଗଙ୍କ ଲିଖିତ ଅଭିଯୋଗ ଆଧାରରେ ଘଟଣାର ସତ୍ୟତା ଥିବା ନେଇ ପ୍ରଶାସନ ଅବଗତ ହେବା ପରେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶକ୍ରମେ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳର ଶିକ୍ଷକ ଶ୍ରୀ ଗୋଛିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଉଥିବା ଜଣାପଡିଛି । ଶିକ୍ଷକ ଶ୍ରୀ ଗୋଛୀ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ରହି କାର୍ଯ୍ୟ କରିବେ ବୋଲି ନିଦେ୍ର୍ଦଶାନାମା ପତ୍ରରୁ ଜଣାପଡିଛି ।