ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସହାୟତା

 ପାଣିକୋଇଲି  : କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତର ଶଗଡି ଓ କେଳାଗଡିଆ ଗ୍ରାମରେ ଲଗାଣ ବର୍ଷାରେ କାନ୍ଥପଡି ବେସହାରା ପରିବାରକୁ ସହାୟତା ଯୋଗାଇ ଦେଇଛି ଅଶୋକ ଦାସ ଫାଉଣ୍ଡେସନ । ଶଗଡି ଗ୍ରାମର ଆଲ୍ଲାଉଦ୍ଦିନ, ମନହର ଖାଁ ଓ କେଳାଗଡିଆ ଗ୍ରାମର ସୁଶାନ୍ତ ମଳିକ ପରିବାର ନିକଟରେ ପହଁଚି ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପାଲ ଓ ଅର୍ଥରାଶି ସହାୟତା କରାଯାଇଥିଲା । କୋରେଇ ସଂଯୋଜକ ସୁବାସ ଧଳ, ମହାସଚିବ ଭବପ୍ରସାଦ ଦାସ ପ୍ରମୁଖ ତାଙ୍କ ପରିବାର ନିକଟରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଦାମୋଦର ସାହୁ, ପ୍ରଦୀପ୍ତ ମହାନ୍ତି, ମିର୍ଜ୍ଜା ହବିବୁଲ୍ଲା ବେଗ, ମୁମତାଜ ବେଗ, ଖାଲିକ ବେଗ, ମୁକ୍ତାର ବେଗ, ଆବୁସଲା ବେଗ, ସାଗର ସ୍ୱାଇଁଙ୍କ ସମେତ ଉପସ୍ଥିତ ରହି ତୁରନ୍ତ ବିପନ୍ନ ପରିବାକୁ ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରିଥିଲେ ।