ବିଜେପି ପକ୍ଷରୁ ମିଶ୍ରଣ ପର୍ବ  

ବରୀ: ବରୀ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏରବାଙ୍କ ସ୍ଥିତ ରଘୁନାଥପୁରଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡାଙ୍କ ସଭାପତିତ୍ୱରେ ଯାଜପୁର ସାଂସଦ ଡ. ରବିନାରାୟଣ ବେହେରା, ଜିଲ୍ଲା ସଭାପତି ଗୌତମରାୟ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କୋରେଇ ବିଧାୟକ ଆକାଶ ଦାସ ନାୟକ, ବିଜେପି ରାଜ୍ୟ ଉପସଭାପତି ତଥା ବରିଷ୍ଠ ବିଜେପି ନେତା ଗୋଲଖ ମହାପାତ୍ର, ଯୁବନେତା ଉମେଶ ଜେନା, ପୂର୍ବତନ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେଡି ସରକାରକୁ ସମାଲୋଚନା କରିବା ସହ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିଲେ ଯାଜପୁର ଜିଲ୍ଲାରେ ବିଜେପି ଦଖଲ କରିବେ ବୋଲି ବିଜେପି ନେତା କହିଥିଲେ । ବିଜେପି ଦଳରେ ଏବେଆଉ ସେ କଥା ଚଳିବ ନାହିଁ । ସମସ୍ତଙ୍କୁ ନ୍ୟାୟ ମିଳିବ । ବରୀରେ ବିକାଶ ଶିଖରକୁ ଛୁଇଁବ । ବରୀରେ ମଧ୍ୟ ଆମ ସରକାରରକୁ ଶସକ୍ତ କରିବାକୁ ହେଲେ ଏକ ହୋଇ କାର୍ଯ୍ୟ କରିବାକୁଅତିଥି ମାନେ ଆହ୍ୱାନ ଦେଇଥିଲେ । ବିଜେପି ନେତ୍ରୀ ବବିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରୀ ନିର୍ବାଚନମଣ୍ଡଳୀ ର ଯାଜପୁର ଓ ରସୁଲପୁର ବ୍ଲକ ର ଥିବା ବିଭିନ୍ନ ପଞ୍ଚାୟତରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହେକ୍ଷଇଥିଲା ଏଥିରେ ବରିଷ୍ଠବିଜେଡି ନେତା  ଅନିଲ ସାହାଣୀ, ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ ବିଶ୍ୱାଳ, ଯୁବନେତା ଦିବ୍ୟରଞ୍ଜନସାହୁ, ପ୍ରତାପ ମହାନ୍ତିଙ୍କ ସମେତ ବହୁ ବିଜେଡି କର୍ମୀ ବିଜେଡି ଛାଡି ବିଜେପି ରେ ସାମିଲ ହେକ୍ଷଇଥିଲେକ୍ଷ   ତାଙ୍କୁବିଜେପି ନେତା ମାନେ ନୂତନ କର୍ମୀ ଙ୍କୁ ଦଳକୁ ସ୍ୱାଗତ କରିବା ସହ ଦଳୀୟ ଉତ୍ତରୀୟ ଓ ଟୋପୀପିନ୍ଧାଇ ଦଳରେ ସାମିଲ କରିଥିଲେ  । ବିଜେପି ଦଳର ବିକାଶ ଉପରେ ଆସ୍ଥାପ୍ରକଟ କରି ଏବେବିଜେପିରେ ସାମିଲ ହୋଇଥିବା ନୂତନ କର୍ମୀ ମାନେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହୋଇଥିଲେ ।