ମହିଳାଙ୍କ ମୃତୁ୍ୟକୁ ନେଇ ହତ୍ୟା ଅଭିଯୋଗ
କୁଆଖିଆ : କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ହରିପୁର ଗ୍ରାମରେ ଜଣେ ମହିଳାଙ୍କ ମୃତୁ୍ୟକୁ ନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଆରୁହା ଗ୍ରାମର ଧୀରେନ୍ଦ୍ର ନାଥ ବାରିକଙ୍କ ଭଉଣୀ ମଧୁସ୍ମିତା ବାରିକ କୁଆଖିଆ ଥାନା ଅଞ୍ଚଳ ହରିପୁର ଗ୍ରାମର ମାଧବାନନ୍ଦ ବାରିକକୁ ଆଜକୁ ୫ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ଗତକାଲି ମଙ୍ଗଳବାର ମଧୁସ୍ମିତାର ଦେହ ଖରାପ ହେବାରୁ ତାଙ୍କ ସ୍ୱାମୀ ମାଧବାନନ୍ଦ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହରିପୁରକୁ ନେଇ ଚିକିସôା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ମେଡିକାଲ ନେଇଥିଲେ । ସେଠାରେ ଚିକିସôାଧୀନ ଅବସ୍ଥାରେ ମଧୁସ୍ମିତା ଙ୍କର ମୃତୁ୍ୟ ହୋଇଥିଲା । ଘଟଣା ସମ୍ପର୍କରେ ମୃତ ମଧୁସ୍ମିତାର ସ୍ୱାମୀ ଶଶୁର ଘରକୁ ଖବର ଦେବାରେ ଖବର ଶୁଣି ମାଧବାନନ୍ଦଙ୍କ ଶଳା ଧୀରେନ୍ଦ୍ର ଯାଜପୁର ମେଡିକାଲ ଯାଇ ଭଉଣୀର ମୃତୁ୍ୟ ହୋଇଥିବା ଦେଖି ଭଉଣୀ ମଧୁସ୍ମିତାକୁ ମାଧବାନନ୍ଦ ମାରି ଦେଇଥିବା ନେଇ କୁଆଖିଆରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କୁଆଖିଆ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହିତ ଏକ ମାମଲା ରୁଜୁକରି ମୃତକର ସ୍ୱାମୀ ମାଧବାନନ୍ଦକୁ ଅଟକ ରଖିଥିବା ଜଣା ପଡିଛି ।